ତହିସଲକୁ ଘରୁ ବା ଜନସେବା କେନ୍ଦ୍ର ଜରିଆରେ ଅନଲାଇନରେ କୌଣସି ଇ-ସାର୍ଟିଫିକେଟ୍ ପାଇଁ ଆପ୍ଳାଏ କଲା ପରେ ବି କେତେ ଖର୍ଚ୍ଚ ହେବ ? ଏ ହେଉଛି ଭୁବନେଶ୍ବର ତହସିଲରେ ଜଣେ ଓକିଲଙ୍କ ଉତ୍ତର। ଆପଣ ଯଦି ଅନଲାଇନରେ କାଷ୍ଟ ସାର୍ଟିଫିକେଟ୍ ପାଇଁ ଆପ୍ଲାଏ କରି ବସି ପଡ଼ିଲେ, ନିଶ୍ଚିତ ସାର୍ଟିଫିକେଟ୍ ମିଳିବାର କୌଣସି ଗ୍ୟାରେଣ୍ଟି ନାହିଁ। ବିଭିନ୍ନ ବାହାନା ଦେଖାଇ ଏହାକୁ ରିଜେକ୍ଟ ବି କରାଯାଇପାରେ। ଯେମିତିକି ଲିଗାଲ ହେୟାର ସାର୍ଟିଫିକେଟ୍ ପାଇବାକୁ ଆବେଦନ କରିବାର ୨ ମାସ ପରେ ବି ଆବେଦନ ରିଜେକ୍ଟ ହେବାରୁ ବରମୁଣ୍ଡା ଗାଁର ଜଣେ ବ୍ୟକ୍ତି କେମିତି ତହସିଲ ଅଫିସ ଆସିବାକୁ ବାଧ୍ୟ ହୋଇଛନ୍ତି।
ଜାଣନ୍ତୁ ୨୦୧୨ରେ ପ୍ରଣୀତ ଜନସେବା ଅଧିକାର ଆଇନକୁ। ନିୟମ ରହିଛି, ଆବେଦନର 15 ଦିନ ଭିତରେ ଆପଣଙ୍କୁ କାଷ୍ଟ ସାର୍ଟିଫିକେଟ୍ ମିଳିଯିବ। ଲିଗାଲ ହେୟାର ସାର୍ଟିଫିକେଟ୍ ମିଳିବାର ଅବଧି ବି ୩୦ ଦିନ। ରାଜସ୍ବ ବିଭାଗର ORTPS ଓ୍ବେବସାଇଟ୍- ସ୍ପଷ୍ଟ ଭାବେ ଦର୍ଶାଯାଇଛି ଏଯାଏଁ ରାଜ୍ୟରେ ପ୍ରାୟ ୧୫ ଲକ୍ଷ ଲୋକ କାଷ୍ଟ ସାର୍ଟିଫିକେଟ୍ ପାଇଁ ଆବେଦନ କରିଛନ୍ତି। ତା ଭିତରୁ ପ୍ରାୟ ୧୨ ଲକ୍ଷ ମଂଜୁର ହୋଇଥିବାବେଳେ ପାଖାପାଖି ୨ ଲକ୍ଷ ରିଜେକ୍ଟ ହୋଇଛି। ୧୫ ଦିନରେ ଇ-ସାର୍ଟିଫିକେଟ ମିଳିବା ଜାଗାରେ ବେଳେବେଳେ ୫୫ ଦିନ ବି ଲାଗିଯାଉଛି। ଏବେ ବି ଜାତି-ପ୍ରମାଣପତ୍ର ପାଇବା ପାଇଁ ୫୨ ହଜାର ଆବେଦନ ପଡ଼ିଛି। ସାମାଜିକ କର୍ମୀ କହିଛନ୍ତି ରିଡେକ୍ଟର କାରଣ ଖୋଜା ହେଲେ ଢ଼ୋଲ ଭିତର ମୂଷ ଧରା ପଡ଼ିବେ। ତେଣେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଇ-ପ୍ରମାଣପତ୍ର ବିଳମ୍ବର ସମୀକ୍ଷା ହେବ।... ସାଧାରଣ ଲୋକଙ୍କୁ ସହଜରେ ୩୨ଟି ବିଭାଗର ୪୩୩ଟି ସେବା ଅନଲାଇନରେ ଯୋଗାଇବାକୁ ସରକାରୀ ବ୍ୟବସ୍ଥା କରାଯାଇଛି। ଏମିତିକି ଇ-ସେବା ହ୍ବାଟସଆପରେ ମିଳିବ ବୋଲି ସରକାର କହିଲେଣି। ମାତ୍ର କିଛି ଅସାଧୁ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ବାଟ ହୁଡ଼ୁଛି ବୋଲି ଜଳ ଜଳ ଦିଶୁଛି।.
ସୌଜନ୍ୟ: OTV portal

Post a Comment