ଏ ସପ୍ତାହର ରାଶିଫଳ... (10-05-2026) ରବିବାର

 

ମେଷ- ରବି, ସୋମ ଓ ମଙ୍ଗଳବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ। ବୁଧ ଓ ଗୁରୁବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ଶୁକ୍ର ଓ ଶନିବାର ଆମଦାନି ବୃଦ୍ଧି ଲାଗି ଦିମାକରେ ଯୋଜନା ଆସିବ।

ବୃଷ- ରବି, ସୋମ ଓ ମଙ୍ଗଳବାର ସଂପତ୍ତି ବୃଦ୍ଧି ଲାଗି ଯୋଜନା ସଫଳ ହେବ। ବୁଧ ଓ ଗୁରୁବାର ରାଜନୀତିକ ସଂପର୍କରୁ ଲାଭ ପାଇବେ। ଶୁକ୍ର ଓ ଶନିବାର ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ।

ମିଥୁନ- ରବି, ସୋମ ଓ ମଙ୍ଗଳବାର ପାରିବାରିକ ଜୀବନ ଶାନ୍ତିମୟ ରହିବ। ବୁଧ ଓ ଗୁରୁବାର ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର ଅଫିସ୍‌ରେ ସବୁ ଲୋକଙ୍କ ସହ ଭଲ ତାଳମେଳ ରହିବ।

କର୍କଟ- ରବି, ସୋମ ଓ ମଙ୍ଗଳବାର କୌଣସି ନିଷ୍ପତ୍ତି ତରବରିଆରେ ନିଅନ୍ତୁ ନାହିଁ। ବୁଧ ଓ ଗୁରୁବାର ବ୍ୟବସାୟରେ ବକେୟା ଅର୍ଥ ମିଳିବାର ସମ୍ଭାବନା। ଶୁକ୍ର ଓ ଶନିବାର ଅଫିସ୍‌ରେ ଉତ୍ତମ ପରିବେଶରେ ଖୁସି ରହିବେ।

ସିଂହ- ରବି, ସୋମ ଓ ମଙ୍ଗଳବାର ପ୍ରିୟଜନଙ୍କ ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ। ବୁଧ ଓ ଗୁରୁବାର କାରବାରରେ ଏକ ଲୟ ପ୍ରସ୍ତୁତ କରି କାମ କରନ୍ତୁ। ଶୁକ୍ର ଓ ଶନିବାର ଚାକିରିରେ ଦରମା ବୃଦ୍ଧି ଯୋଗ ଅଛି।

କନ୍ୟା- ରବି, ସୋମ ଓ ମଙ୍ଗଳବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ବୁଧ ଓ ଗୁରୁବାର କିଛି ନୂଆ କରିବାରେ ଆଗ୍ରହ ବଢ଼ିବ। ଶୁକ୍ର ଓ ଶନିବାର ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ।


ତୁଳା- ରବି, ସୋମ ଓ ମଙ୍ଗଳବାର ମନରେ ଘୂରି ବୁଲିଥିବା ଯୋଜନା ସଫଳ ହେବ। ବୁଧ ଓ ଗୁରୁବାର ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ଲାଭ ପାଇବେ। ଶୁକ୍ର ଓ ଶନିବାର ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ।

ବିଛା- ରବି, ସୋମ ଓ ମଙ୍ଗଳବାର ବିରକ୍ତି ସ୍ବଭାବ ଦୂର କରିବାକୁ ଚେଷ୍ଟା କରିବେ। ବୁଧ ଓ ଗୁରୁବାର ଛାତ୍ର୍ରଛାତ୍ରୀଙ୍କ ଧ୍ୟାନ ପାଠପଢ଼ାରେ ଲାଗି ରହିବ। ଶୁକ୍ର ଓ ଶନିବାର କ୍ୟାରିୟର୍‌ ସମ୍ବନ୍ଧରେ ଭଲ ସୁଯୋଗ ପାଇବେ।

ଧନୁ- ରବି, ସୋମ ଓ ମଙ୍ଗଳବାର ଓକିଲ ପୁରୁଣା ମକଦ୍ଦମାରେ ସଫଳତା ପାଇବେ। ବୁଧ ଓ ଗୁରୁବାର ଟଙ୍କା ପଇସା ଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ। ଶୁକ୍ର ଓ ଶନିବାର ବେକାରଙ୍କ ଲାଗି ରୋଜଗାରର ସୁଯୋଗ ଆସିବ।

ମକର- ରବି, ସୋମ ଓ ମଙ୍ଗଳବାର ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରଶଂସା କରିବେ। ବୁଧ ଓ ଗୁରୁବାର କାରବାରରେ ଭାଇର ସହଯୋଗ ପାଇବେ। ଶୁକ୍ର ଓ ଶନିବାର ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି।

କୁମ୍ଭ- ରବି, ସୋମ ଓ ମଙ୍ଗଳବାର ନୂଆ ଲୋକଙ୍କ ସହିତ ମିଶନ୍ତୁ ଲାଭ ପାଇବେ। ବୁଧ ଓ ଗୁରୁବାର କୌଣସି ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ନେବେ। ଶୁକ୍ର ଓ ଶନିବାର ଆପଣଙ୍କ ଭିତରେ ଧାର୍ମିକ ପ୍ରବୃତ୍ତି ବିକାଶ ହେବ।

ମୀନ- ରବି, ସୋମ ଓ ମଙ୍ଗଳବାର ପାରିବାରିକ ବାତାବରଣ ପ୍ରସନ୍ନତା ବର୍ଦ୍ଧକ ରହିବ। ବୁଧ ଓ ଗୁରୁବାର ଅଫିସ୍‌ରେ କାମର ବୋଝ ଅଧିକ ହୋଇପାରେ। ଶୁକ୍ର ଓ ଶନିବାର ବ୍ୟବସାୟରେ ମନମୁତାବକ ସଫଳତା ପାଇବେ।

0/Post a Comment/Comments