ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଅଭିଯୋଗ


   ପାରଳାଖେମୁଣ୍ଡି:(Star Odisha) ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା ତାଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଣ ଦେଖା କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ଯମରେ ଅଭିଯୋଗ କରିଛନ୍ତି। ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଜଣେ ଦୁନୀତି ଗ୍ରସ୍ତ ଅଧିକାରୀ ବୋଲି ସେ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ  ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟରେ ଅନିୟମିତତା କରିବାପାଇଁ  ବ୍ଲକ ସ୍ତରରେ କାର୍ଯ୍ୟକର୍ତ୍ତା ମାନଙ୍କ ସାହାୟତା ନେଇଥିବା ଅଭିଯୋଗ କରିଛନ୍ତି। ଏହି ପରିକି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଅଣଦେଖା କରିବା ସହ ତାଙ୍କୁ କୈାଣସି କାଯ୍ୟକ୍ରମର ସୂଚନା ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ ବିଭାଗୀୟ ନିବାହି ଅଧିକାରୀ ଏବଂ କନିଷ୍ଟ ଯନ୍ତ୍ରୀ ଏବଂ  ନିର୍ବାହି ମନ୍ତ୍ରୀଙ୍କୁ ହାତ କରି ସମସ୍ତ କାର୍ଯ୍ୟ କଳାପ କରୁଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବାର ଅଭିଯୋଗ ହୋଇଛି। ସେ ମଧ୍ୟ ବ୍ଳକ ସ୍ତରୀୟ କାଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଅଣଦେଖା କରି ନିଜସ୍ୱ ଶୈାଳୀରେ କାର୍ଯ୍ୟକ୍ରମ କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଧରି ଉଚ୍ଚ ସ୍ତରୀୟ ତଦନ୍ତ କରିବାପାଇଁ ଜି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା ନିବେଦନ ଜଣାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଭାଜପାର ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଜିଲ୍ଲା କୃଷକ ମୁଚାର ସଭାପତି ପ୍ରଶାନ୍ତ ପାଳ, ବାରିକ ଜେନା, ଜିଲ୍ଲା ସଭାପତି ଜି ଭେଙ୍କଟରାବଣା, ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ-ପ୍ରଭାତ କୁମାର ପାତ୍ର

0/Post a Comment/Comments