ସାମ୍ବାଦିକଙ୍କୁ ସହକାରୀ ଯନ୍ତ୍ରୀ ଙ୍କ ଫୋନ ରେ ଧମକ ଦେବା ଘଟଣା!


ଗଞ୍ଜାମ:(Star Odisha)ସାମ୍ବାଦିକ ଏବଂ ସାମ୍ବାଦିକ ସଂଘ ତରଫରୁ ଲିଖିତ ଅଭିଯୋଗ କାଲି 11 ତାରିଖ ରାତ୍ର ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଙ୍କୁ ଦେବା ପରେ ଆଜି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସହକାରୀ ଯନ୍ତ୍ରୀ ଏବଂ ସାମ୍ବାଦିକ ଙ୍କୁ ଥାନାକୁ ଡକାଇ ଥିଲେ।ଘଟଣା ଟି ଅତି ନିନ୍ଦନୀୟ ହୋଇଥିବା ବେଳେ ଉକ୍ତ ସହକାରୀ ଯନ୍ତ୍ରୀ ସାମ୍ବାଦିକ ଙ୍କୁ କ୍ଷମା ପ୍ରାଥନା କରିଥିଲେ।ଯେହେତୁ ସେ ଜଣେ ବରିଷ୍ଟ ନାଗରିକ ତାଙ୍କ ବୟସ 57 ବର୍ଷ ଏଣୁ ଘଟଣାକୁ ଆଗକୁ ବଢଗଲା ନାହିଁ ଶାନ୍ତି ପୂର୍ଣ୍ଣ ଭାବେ ଘଟଣା ର ସମାଧାନ କରାଗଲା । ଏଭଳି ଭୁଲ ହେବନି କହି ଏକ ଲିଖିତ ଭାବେ ଥାନାରେ ଦେବା ପରେ ସତ୍ୟନାରାୟଣ ପାଢ଼ୀ ଥାନରୁ ସହକାରୀ ଯନ୍ତ୍ରୀ ଙ୍କ ନାମରେ ଦେଇଥିବା FIR କୁ ଉଠାଇଥିଲେ ।

0/Post a Comment/Comments