କଳାହାଣ୍ଡି ଉତ୍କେଲା ଠାରେ ଉଡାଜାହାଜ ପଡିଆ ର ଉନ୍ନତି କରଣ ପାଇଁ ଜନ ଶୁଣାଣି


କଳାହାଣ୍ଡି:(Star Odisha) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ସ୍ଥିତ ଉଡାଜାହାଜ ପଡିଆ  ରେ ଉପଜିଲ୍ଲାପାଳ ମିର୍ଦ୍ଧା ଟୋପୋ ଙ୍କ ସଭାପତିତ୍ୱ ରେ ଏକ ଜନ ସୁଣାଣି ବୈଠକ ଆୟୋଜନ କରା ଜାଇଥିଲା ।
ଉକ୍ତ ବୈଠକ ରେ ଉତ୍କେଲା ସରପଞ୍ଚ,ବ୍ଲକ ଅଦକ୍ଷା,ତହସିଲଦାର, ପୁର୍ତ୍ତି ବିଭାଗ ଯନ୍ତ୍ରୀ ,ପୁର୍ତ୍ତି ବିଭାଗ SDO, ଜମି ଅଧିକରଣ ଅଧିକାରୀ ଙ୍କ ସହ ଜମି ହରାଉଥିବା ହିତାଧିକାରୀ ଓ କିଛି ଜନ ସାଧାରଣ ଉପସ୍ଥିତ ଥିଲେ । ବୈଠକ ରେ ସମସ୍ତ ହିତାଧିକାରୀ ଓ ଜନସାଧାରଣ ନିଜ ନିଜ ଅଭିଯୋଗ ଓ ମନ୍ତବ୍ୟ ରଖିଥିଲେ ଏବଂ ତାଙ୍କ ଜମିର ଉପଯୁକ୍ତ ମୂଲ୍ୟ ସହ NH ପାର୍ଶ୍ୱ ରେ ଥିବା କିଛି ସରକାରୀ ଜମି ପ୍ରଦାନ କରିବା ସହ ତାଙ୍କ ପରିବାର ର କିଛି ସଦସ୍ୟ ଙ୍କୁ ନିଯୁକ୍ତି ଦିଆଯିବା ଦରକାର ବୋଲି ଦାବି କରିଥିଲେ ।
ପୁର୍ତ୍ତି ବିଭାଗ ଯନ୍ତ୍ରୀ ଅଜିତ କୁମାର ସମସ୍ତଙ୍କ ଉତ୍ତର ଦେବାକୁ ଯାଇ କହିଥିଲେ l ହିତାଧିକାରୀଙ୍କୁ ତାଙ୍କ ଜମିର 4 ଗୁଣ ମୂଲ୍ୟ ଦିଆ ଜିବାପାଇଁ ସରକାର ସ୍ଥିର କରିଛନ୍ତି ,ଓ ନିଯୁକ୍ତି ଏବଂ ଅନ୍ୟତ୍ର ଜମି ପ୍ରଦାନ ବିଷୟ ପାଇଁ ଏକ କମିଟି ତିଆରି କରି ବିଚାର କରାଯିବ । ଉତ୍କେଲା ପାଇଁ ଉଡାଣ ଯୋଜନା ରେ ସ୍ୱଳ୍ପ କାଳିନ ଯୋଜନା ଅନୁଯାୟୀ 16.7କୋଟି ଓ ଏକ ଦୀର୍ଘ କାଳୀନ ଯୋଜନା ପାଇଁ ଜମିଅଧିକରଣ ବ୍ୟତୀତ ଆଉ 55 କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରି ସାରିଛନ୍ତି ।
ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସ୍ୱଳ୍ପ କାଳିନ ଯୋଜନା ରେ ଉତ୍କେଲା ରୁ ବିମାନ ଚଳା ଚଳ ଆରମ୍ଭ କରିବାର ପ୍ରୟାସ ଜାରି ରହିଛି ।

  • ରିପୋର୍ଟ-ସୁରେଶ ଚନ୍ଦ୍ର ସାହୁ

0/Post a Comment/Comments