ଖଲ୍ଲିକୋଟ ବିଦ୍ୟୁତ ଡ଼ିଭିଜନରେ ଅଘୋଷିତ ଘନଘନ ବିଦ୍ୟୁତ କାଟ


   ଖଲ୍ଲିକୋଟ:(Star Odisha)ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳରେ ଦୀର୍ଘଦିନ ହେଲା ଲାଗିରହିଛି ବାରମ୍ବାର ବିଦ୍ୟୁତ କାଟ... ମେଘୁଆ ପାଗକୁ_ଗୁଳି ଗୁଳି ଖରାରେ ଜନଜୀବନ ଅସ୍ତବ୍ୟସ୍ତ... ଅନ୍ୟପେଟ ବିଭାଗୀୟ ଅଫିସର ଓ କର୍ମଚାରୀ ଙ୍କ ଖାମଖିଆଲି ମନଭାବ ଏବଂ ଜରୁରୀକାଳୀନ ସମୟରେ ଅଫିସ ଫୋନ କଲ ଗ୍ରହଣ ନକରିବା ଓ SDO, ଲାଇନ ମ୍ୟାନ ଜାଣିଶୁଣି ନିଜ ମୋବାଇଲ ସ୍ଵିଇଚ ଅଫ କରିବା ଗୋଟିଏ ପଟେ ବିପଦ ସୃଷ୍ଟି କରିଛି। ଅନେକ ଗ୍ରାମାଂଚଳରେ ବିଦ୍ୟୁତ ମରାମତି ଠିକ ଭାବେ କାର୍ଯ୍ୟ କରାଯାଉନାହିଁ।ତେଣୁ ସବୁଦିନ ୨୪ ଘଣ୍ଟାରୁ ୧୨ ଘଣ୍ଟା ବିଦ୍ୟୁତ କାଟ ହେଉଛି ସେ ପୁଣି  ଅଘୋଷିତ ଭାବେ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ  କଳଂକ ଖାଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହାର ମୂଳ କାରଣ ହେଲା ଖଲ୍ଲିକୋଟ ଡିଭିଜନରେ କାର୍ଯ୍ୟରତ SDO କିଶୋର ପ୍ରଧାନ ଦୀର୍ଘ ବର୍ଷ  ଧରି ଏଠି ରହିଥିବା... କୌଣସି କର୍ମଚାରୀ ତାଂକରି ଆଦେଶ କୁ ଗ୍ରହଣ କରୁନାହାନ୍ତି।ଏଠି ତଳ କର୍ମଚାରୀ, ଲାଇନ ମ୍ୟାନ ଓ ହେଲ୍ପର ଙ୍କ ରାଜ ଚାଲିଛି।ସାଧାରଣ ଲୋକେ  ପଚାରିଲେ ନିଜର ଜୁଲମ ଜାହିରି କରୁଛନ୍ତି।ବ୍ରହ୍ମପୁର ଓ ଛତ୍ରପୁର ସାଉଥକୋ ଏହାପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।
ରିପୋର୍ଟ-ସିଲୁ ବିଶ୍ୱାଳ 

0/Post a Comment/Comments