କୋଦଳା ଅଞ୍ଚଳରେ ଅଘୋଷିତ ଘନଘନ ବିଦ୍ୟୁତ କାଟ୍ ସହ ମୋବାଇଲ ସେବା ଠପ୍


କୋଦଳା:(Star Odisha)ସରକାର ସମସ୍ତ ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ବିଦ୍ୟୁତ ଯୋଗାଇବା ନିମନ୍ତେ ଦିନ କୁ ଦିନ ଅତ୍ୟାଧୁନିକ କୌଶଳ ପ୍ରୟୋଗ କରିବା ସତ୍ୟେ କୋଦଳା ଅଞ୍ଚଳରେ ଦୋୖନଦିନ ଅଘୋଷିତ ବିଦ୍ୟୁତ କାଟ୍ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପାଉଥିବାର ଦେଖାଯାଇଛି। ପ୍ରବଳ ଗରମ, ଗୁଳୁଗୁଳି ଓ ସାଧାରଣ ବର୍ଷା ହେଲେ ମଧ୍ୟ ବିଦ୍ୟୁତ ବିଭାଗର ଘଣ୍ଟାକୁ ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଦୟନୀୟ ଅବସ୍ଥାରେ ରହୁଥିବାର ଦେଖାଯାଇଛି।କେଉଁ କାରଣରୁ ବିଦ୍ୟୁତ ବିଭାଗ ବାରମ୍ବାର ବିଦ୍ୟୁତ କାଟ୍ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଜି ସୃଷ୍ଟି କରିଛି।ବିଦ୍ୟୁତ କଟିବା ମାତ୍ରେ ମୋବଇଲ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଉଛି।ଯାହାଦ୍ୱାରା ବିଦ୍ୟୁତ ବିଭାଗ ପକ୍ଷରୁ ଅନ୍ୟ କମ୍ପାନୀକୁ ବିଦ୍ୟୁତ ବିକ୍ରି କରାଯାଇ ଉଦେଶ୍ୟ ମୂଳକ ଭାବେ ଲୋକମାନଙ୍କୁ ହଇରାଣ କରାଯାଉଥିବାର ସାଧାରଣରେ ଆଲୋଚନା ହେଉଛି।ବିଦ୍ୟୁତ ବିଭାଗ ଉଚ୍ଚକର୍ତ୍ତୃପକ୍ଷ ଓ ଟେଲିକମ କମ୍ପାନୀର ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।
   ● ରିପୋର୍ଟ-ଗୁଲସନ୍ କୁମାର କର

0/Post a Comment/Comments