ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଏଫ୍‌ଓ


ଗଞ୍ଜାମ:(Star Odisha):ଭିଜିଲାନ୍ସ ଜାଲରେ ସରକାରୀ ବାବୁ;ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଡିଏଫ୍‌ଓ ଆଶିଷ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଉଛି ।
ଡିଏଫ୍‌ଓଙ୍କ ବ୍ରହ୍ମପୁର ବାସଭବନ କାର୍ଯ୍ୟାଳୟ, ବାସଭବନ, ଦିଗପହଣ୍ଡି ରେଞ୍ଜ ଅଫିସ୍‌, ଖଲ୍ଲିକୋଟ ରେଞ୍ଜ ଅଫିସ୍‌ ଓ ଭୁବନେଶ୍ୱରରେ ଥିବା ଏକ ଆପାର୍ଟମେଣ୍ଟରେ ଖୋଳତାଡ଼ ଜାରି ରହିଛି ।

କଟକ ସ୍ପେଶାଲ ଭିଜିଲାନ୍ସ ସେଲ୍‌ ଆଶିଷଙ୍କର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି । ଭିଜିଲାନ୍ସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଉଛି
ସେ ବ୍ରହ୍ମପୁର ବାସଭବନରେ ନ ଥିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କ ଘର ଆଗରେ ବସି ରହିଛି । ସେପଟେ ସେ ଭୁବନେଶ୍ୱର ଚାଲି ଯାଇଥିବା ଜଣାପଡ଼ିଛି ।ଚଢାଉ ଜାରି ରହିଥିବାରୁ ସଠିକ୍ ସମ୍ପତ୍ତି ମୂଲ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ କରାଯାଇପାରିନାହିଁ ।ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ତଥ୍ୟ ଧରା ପଡିନି।

ରିପୋର୍ଟ- ସିଲୁ ବିଶ୍ଵାଳ,

0/Post a Comment/Comments