ପୁରୀ:(Star Odisha)ଜୁଲାଇ ୪ରୁ ୧୪ ତାରିଖ ପୁରୀ ରଥଯାତ୍ରା ସମୟରେ ରେଳବାଇର ଉପଲବ୍ଧ ସୁବିଧା ବିଷୟରେ ସୂଚନା ଦେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଏଥିପାଇଁ ମୋବାଇଲ ଆପ୍ ‘ECOR Yatra’ ସେବାର ପ୍ରଚଳନ କରାଯାଇଛି। ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀ ଓ ଭକ୍ତମାନେଏହି ଆପ୍ ଜରିଆରେ ଉପକୃତ ହୋଇପାରିବେ। ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ସେବା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ସହ ନିୟମିତ ଚଳାଚଳ କରୁଥିବା ଟ୍ରେନ୍ ଓ ଅନ୍ୟ ସୁବିଧା ଉପଲବ୍ଧ ପାଇଁ ସ୍ମାର୍ଟ ଫୋନ୍ରେ ଗୁଗୁଲ ପ୍ଲେ’ ଷ୍ଟୋର୍ରୁ ଯାତ୍ରୀମାନେ ‘ECOR Yatra’କୁ ଡାଉନ୍ଲୋଡ୍ କରି ରେଳବାଇର ସମସ୍ତ ସୁବିଧା ବିଷୟରେ ଜାଣିପାରିବେ।

Post a Comment