ଖଲ୍ଲିକୋଟ ଫଟୋ ଏବଂ ଭିଡ଼ିଓ ଗ୍ରାଫି କ୍ଲବ ପକ୍ଷରୁ ବନ୍ଧୁମିଳନ ବୈଠକ


ଖଲ୍ଲିକୋଟ :(Star Odisha)ଖଲ୍ଲିକୋଟ ଫଟୋ ଏବଂ ବିଡ଼ିଓ ଗ୍ରାଫି କ୍ଲବ ପକ୍ଷରୁ ସ୍ଥାନୀୟ ବାବା ବେଲେଶ୍ବରଙ୍କ ପୀଠରେ ଶନିବାର ଏକ ବନ୍ଧୁମିଳନ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କ୍ଲବ ସଭାପତି ସୁଶାନ୍ତ ପାହାନଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ କିପରି ଫଟୋ ଉତ୍ତଳନ କରିବା ଏବଂ ଭିଡ଼ିଓ ଉତ୍ତଳନ ଉପରେ ପ୍ରଶିକ୍ଷଣ ଟିପ୍ସ ଉପରେ ଆଲୋଚନା କରିବା ସହ କଷ୍ଟମର ପ୍ରତି ଉତ୍ତମ ବ୍ୟବହାର କରିବା ସମାଜର ଗତିବିଦି କୁ ନଜର ଦେଇ ନିଜ ନଜିର ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ଖଲ୍ଲିକୋଟ ତଥା ଆଖପାଖ ଅଂଚଳର ୧୫ ଟି ଷ୍ଟୁଡିଓ ମଧ୍ୟରୁ ୨୦ ରୁ ଅଧିକ ଫଟୋ ଗ୍ରାଫି ଏବଂ ଭିଡ଼ିଓ ଗ୍ରାଫି ସାମିଲ ହୋଇଥିଲେ।ବନ୍ଦନା ଷ୍ଟୁଡିଓ ତୋଟାଗାଁ ତଥା କ୍ଲବ ସଭାପତି ସୁଶାନ୍ତ ପାହାନ, ଜେବି ଷ୍ଟୁଡିଓ( ହୁମ୍ମା ) ଉପସଭାପତି  କୁମାର ସ୍ଵାଇଁ , ଚକାଠାକୁର ଷ୍ଟୁଡିଓ (ଚିକିଲି ) ସମ୍ପାଦକ ଉତ୍ତମ ସ୍ଵାଇଁ , ଖୁସୀ ଷ୍ଟୁଡିଓ (ଖଲ୍ଲିକୋଟ ) ସହ-ସମ୍ପାଦକ ଦେବୀଦତ ତ୍ରିପାଠୀ,   କୋଷାଧ୍ୟକ୍ଷ କୃଷ୍ଣା ଷ୍ଟୁଡିଓ (ମଥୁରା) ବୁଡୁ ପାହାନ, RK ଷ୍ଟୁଡିଓ (କହ୍ନେଇପୁର ) ରାକେଶ କୁମାର ମୁଦୁଲି , ଆଲୋକ ଷ୍ଟୁଡିଓ (କେଶପୁର ) , ମା ଅର୍ଣ୍ଣପୂର୍ଣା ଷ୍ଟୁଡିଓ (ପଣିବନ୍ଧ ), ମା ତରାତାରୀଣୀ ଷ୍ଟୁଡିଓ (ଆଚୁଲୀ ),  RK ଡିଜିଟାଲ ଷ୍ଟୁଡିଓ (କୋଦଳା), ମା ତାରିଣୀ ପ୍ରେସ ଷ୍ଟୁଡିଓ (ଅଙ୍ଗାର ଗାଁ ), ଶ୍ରୀ ଦଣ୍ଡେସ୍ଵର ଷ୍ଟୁଡିଓ (କୋଦଳା ),ବାବା ବେଲେଶ୍ବର ଷ୍ଟୁଡିଓ (ଫାସୁଳା), DK ଷ୍ଟୁଡିଓ (ଖଲ୍ଲିକୋଟ) ଏବଂ କୈରାଶି ଷ୍ଟୁଡିଓ କର୍ମଚାରୀ ମାନେ ଯୋଗଦାନ ଦେଇଥିଲେ ।ପରିଶେଷରେ ପ୍ରସାଦ ସେବନ ସହ ଆୟୋଜକ କରିଥିବା ସଭାପତି ଶ୍ରୀ ପାହାନକୁ ଏବଂ ସମସ୍ତ କର୍ମକର୍ତ୍ତା କୁ ସମ୍ପାଦକ ଉତ୍ତମ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

  ●ରିପୋର୍ଟ: ସିଲୁ ବିଶ୍ଵାଳ

0/Post a Comment/Comments