କୋଦଳା:(Star Odisha)କୋଦଳା ସ୍ଥିତ ଶ୍ରୀ ଦଣ୍ଡିଶ୍ୱର ମହାପ୍ରଭୁଙ୍କ ପୀଠ ଠାରେ ମଙ୍ଗଳବାର ମଧ୍ୟାହ୍ନ ରେ କୋଦଳା ବୃନ୍ଦାବନ ପାଣ୍ଡୀ ମହିଳା ମହାବିଦ୍ୟାଳୟ ର ସାଧାରଣ ବୈଠକ ସଭାପତି ଶ୍ରୀ ବୃନ୍ଦାବନ ପାଣ୍ଡୀ ଙ୍କ ଅଧକ୍ଷାତ ରେ ହୋଇ ଉକ୍ତ ମହାବିଦ୍ୟାଳୟ ଯୁକ୍ତ-୨ କଳା ଓ ବିଜ୍ଞାନ ନିମନ୍ତେ ସରକାରଙ୍କ ସ୍ୱୀକୃତି ପାଇଥିବା ବିଷୟ ଆଲୋଚନା ହୋଇଥିବା ସହ ମହାବିଦ୍ୟାଳୟ ର କିଭଳି ପ୍ରଚାର ପ୍ରସାର ହୋଇପାରିବ, ଶିକ୍ଷା କ୍ଷେତ୍ରରେ ଉର୍ଣ୍ଣତି, ପାଠାଗାର ର ଉର୍ଣ୍ଣତି, ନିଜସ୍ୱ କୋଠା ନିର୍ମାଣ ଓ ମହିଳା ମହାବିଦ୍ୟାଳୟ ହୋଇଥିବାରୁ ସୁରକ୍ଷା ଦିଗକୁ ନେଇ ମଧ୍ୟ ବିସ୍ତ୍ରୁତ ଆଲୋଚନା ହୋଇଥିଲା |
ଏବଂ ପି. ସତ୍ୟନାରାୟଣ ପାତ୍ର ଙ୍କ ଆଗ୍ରହ କ୍ରମେ କୋଦଳା ଅଂଚଳ ରେ ଏକ ଜ୍ୟୋସ୍ନା ରାଣୀ ସ୍ନାତକ ମହିଳା ମହାବିଧ୍ୟାଳୟ ସ୍ଥାପନ ନିମନ୍ତେ ନିଷ୍ପତି ହୋଇ ଏହାର ପରିଚାଳନା ନିମନ୍ତେ ଏକ କମିଟି ମଧ୍ୟ ଗଠିତ ହୋଇଥିଲା ଉକ୍ତ କମିଟ ର ସଭାପତି ଭାବେ ପି. ସତ୍ୟନାରାୟଣ ପାତ୍ର, ସମ୍ପାଦକ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ରଥ, ସଦସ୍ୟ ଭାବେ ସିମାଞ୍ଚଳ ମୁନି, ଜୁରିଆ ସାହୁ, ହୃଷିକେଶ ବେହେରା, ବୃନ୍ଦାବନ ପାଣ୍ଡୀ, ପ୍ରଦୀପ କୁମାର ପାଢ଼ୀ, ସରୋଜିନୀ ବ୍ରହ୍ମା, ଏ. ରାଜଗୋପାଳ ରାଓ, ରଘୁନାଥ ସାହୁ, ବବିତା କୁମାରୀ ବିଶୋୟୀ, ଜଗନ୍ନାଥ ପାଢ଼ୀ, ଇ. ରାମଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପଲାଇ ଓ ରମେଶ ଚନ୍ଦ୍ର ସେଠି ମନୋନୀତ ହୋଇଥିଲେ | ଏହାବ୍ୟତୀତ ମହାବିଧ୍ୟାଳୟ ର ସମସ୍ତ କର୍ମଚାରୀ ଯଥା ପ୍ରଜ୍ଞାତି ବିଶ୍ୱାଳ, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ନିହାରିକା ବେହେରା, ବାବୁଲା ମୁଦୁଲି ଆଦି ଯୋଗ ଦେଇଥିଲେ |
ରିପୋର୍ଟ-ଗୁଲସନ୍ କୁମାର କର


Post a Comment