ଅଭିଯୋଗ ପରେ ବି ଚାଲିଛି ବେଧଡ଼କ ପାଣି ପାଉଚ ଫେକ୍ଟ୍ରି


କୋଦଳା:ଗଂଜାମ ଜିଲ୍ଲା କୋଦଳା ଏନ୍ ଏ ସି ରେ ବେଧଡ଼କ ଭାବେ ବେଆଇନ ପାଣି ପାଉଜ, ଗ୍ଲୁକୋଜ, ପାଣି ବୋତଲ ତିଆରି ହେଉଛି। ଗୋଟିଏ ପଟେ ପାଣି ପାଉଜ୍ ବନ୍ଦ କରାଯାଉଥିବା ବେଳେ ଏହି ବେଆଇନ୍ କମ୍ପାନୀକୁ ନେଇ ନିକଟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଖବର ପ୍ରକାଶ ପାଇବା ପରେ ସଂପୃକ୍ତ କମ୍ପାନୀ ମାଲିକ ଉତକ୍ଷିପ୍ତ ହୋଇ କିଛି ସାମ୍ବାଦିକ ମାନଙ୍କ ନାମରେ ମିଥ୍ଯା କେଶ୍ ରେ ଛନ୍ଦିବାକୁ ଉଦ୍ଯମ କରୁଥିବା ଜଣାପଡ଼ିଛି ।ତେବେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ଓ କୋଦଳା ଏନ.ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତରେ ସାମ୍ବାଦିକ ମାନଙ୍କୁ ଦୁର୍ବ୍ଯବହାର କରାଯାଇଥିବା ବେଳେ ତହସିଲଦାର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଥାର ତାଳମେଳ ରହୁନଥିବା ସହ କୋଦଳା ପୋଲିସ୍ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।

          ସୂଚନା ଅନୁସାରେ କୋଦଳା ଏନ.ଏସି ଅନ୍ତର୍ଗତ ଲୁହାଶଙ୍ଖ ନିକଟରେ ଦୀର୍ଘ ଦିନ ଧରି ୨ଟି ପାଣି ଫେଂକ୍ଟ୍ରି ବେଆଇନ ଭାବେ ଚାଲିଛି। କିଛି ରାଜନେତାଙ୍କୁ ହାତମୁଠାରେ ରଖି ନିରୀହ ଲୋକଙ୍କ ଜୀବନକୁ ନେଇ ଖେଳ ଖେଳୁଛନ୍ତି ଏହି ଫେଂକ୍ଟ୍ରି ମାଲିକ। ଏହି ଫେଂକ୍ଟ୍ରିରେ ବେନିୟମ ଭାବରେ ପାଣି ପାଉଜ, ପାଣି ବୋତଲ, ଇଟା ଗ୍ଳୁକୋଜ ଏବଂ କିଛି କୋଲଡ୍ରିଙ୍କସ ମଧ୍ୟ ତିଆରି କରି ବିଭିନ୍ନ ଅଞ୍ଚଳକୁ ସପ୍ଲାଇ କରାଯାଉଛି ।କୋଦଳା ଏନ.ଏସି ମୁଖ୍ୟ ରାସ୍ତାରେ ଏହି ପାଣି ଫେଂକ୍ଟ୍ରି ବେଆଇନ ଭାବେ ଚାଲୁଥିଲେ ମଧ୍ୟ  ପ୍ରଶାସନର ନଜର ପଡୁନାହିଁ ।ଏନ୍ ଏ ସିରୁ ନୋ ଅବଜେକସନ୍ ସାର୍ଟିଫିକେଟ ନପାଇବା ଏବଂ ଅନ୍ୟାନ୍ୟ କାଗଜପତ୍ର ହାସଲ ନକରି ବିନା ଲାଇସେନ୍ସରେ ଏହି ଫେଂକ୍ଟ୍ରି ଚାଲୁଥିଲେ ମଧ୍ୟ  ପ୍ରଶାସନ କାହିଁକି ଚୁପ ବସିଛି ତାହା ଏବେ ସନ୍ଦେହ ଘେରରେ। ଅପରପକ୍ଷେ ଏହି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଭଗବାନ ପାଢ଼ୀ ଓ ସାମ୍ବାଦିକ ସନ୍ତୋଷ କୁମାର ସେଠୀଙ୍କୁ ଦୁର୍ବ୍ୟବହାରକୁ ନେଇ ଥାନାରେ ୨ଟି ଏତଲା ଦିଆଯାଇଛି ଏବଂ ସଂପୃକ୍ତ ମାଲିକ ସାମ୍ବାଦିକଙ୍କ ଉପରେ ମଧ୍ୟ ଏତଲା ଦେଇଥିବା ବେଳେ ସାମ୍ବାଦିକ ସନ୍ତୋଷ ସେଠୀ ଦେଇଥିବା ଏତଲାକୁ ବର୍ତ୍ତମାନ ସୁଦ୍ଧା ପୋଲିସ ଗ୍ରହଣ କରିନି l ଯାହାଫଳରେ ପୋଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି କରୁଛି। ଅପରପକ୍ଷର ଏତଲାକୁ ଗୁରୁତ୍ୱ ଦେଇ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।ଏଣୁ ଗଞ୍ଜାମ ଏସପି ଏହାର ଫୁଙ୍କାନଫୁଙ୍କ ତଦନ୍ତ କରିବା ପାଇଁ ଓଡିଶା ସାମ୍ବାଦିକ ସଂଘ ତରଫରୁ ଦାବି ହୋଇଛି। ପୋଲିସ ନିରପେକ୍ଷ ତଦନ୍ତ କରିବା ସହିତ ସଂପୃକ୍ତ ବେଆଇନ ପାଣି ଫେଂକ୍ଟ୍ରି କୁ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

0/Post a Comment/Comments