କଳାହାଣ୍ଡି:(Star Odisha) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ତହସିଲ୍ ଅଫିସ୍ ଠାରେ ଦିନ ୧୨ଟା ସମୟରେ ଭିଜିଲାନ୍ସ୍ ଆସି ରିଞ୍ଜା ପଞ୍ଚାୟତ ଦେଓଗାଁ ର ଲାଲ ସାହେବ ଙ୍କ ୨୦୧୬ ମସିହାର ମିଟ୍ଯୁଏସନ୍ କରିବା ପାଇଁ ତାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର୍ ଅବନି କାନ୍ତ ସାହୁ ରେଡ୍ ହେଣ୍ଡ୍ ରେ ଧରା ପଡିଥିଲେ ।ତେବେ ଜୟପୁର ଡି.ଏସ.ପି-ହରେକୃଷ୍ଣ ବେହେରା ନେତୃତ୍ବରେ ଚଢାଉ କରିଥିବା ବେଲେ ଭବାନିପାଟଣା ଡିଏସପି-ସତ୍ଯବାନ ମହାନନ୍ଦ,ରାୟଗଡା ଡି.ଏସ.ପି-ସୁସାନ୍ତ କୁମାର ବିଶ୍ବାଲ ,ଜୟପୁର ଡି.ଏସ.ପି-ସରତ ଚନ୍ଦ୍ର ସାହୁ,ନବରଙ୍ଗପୁର ଇନ୍ସପେକ୍ଟର-ଡି.ବାସୁଦେବ ରାଓ ,ପ୍ରକାସ ଚନ୍ଦ୍ର ସାହୁ ଓ ଗୁଣନିଧି ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ।
ରିପୋର୍ଟ-ସୁରେଶ ଚନ୍ଦ୍ର ସାହୁ
Post a Comment