ଆଇସିୟୁରେ ଭର୍ତ୍ତି ପଦ୍ମଶ୍ରୀ ଡି.ପ୍ରକାଶ ରାଓ


କଟକ:(Star Odisha)ଆଇସିୟୁରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କଟକର ଚା ବିକାଳୀ ଡି ପ୍ରକାଶ ରାଓ । ରକ୍ତଦାତା ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ପଦ୍ମଶ୍ରୀ ଡି ପ୍ରକାଶ ରାଓ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଅନୁଗୋଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ହଠାତ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଥିବା ଖବର ପାଇବା ପରେ ରାଜ୍ୟରେ ଦୁଃଖ ଖେଳିଯାଇଛି । ତାଙ୍କର ଆଶୁ ଆରୋଗ୍ୟ କାମନା ପାଇଁ ସୋସିଆଲ ମିଡିଆରେ ମଧ୍ୟ ଅପିଲ କରାଯାଉଥିବା ଦେଖିବାକୁ ମିଳିଛି । ଡି ରାଓ ହଠାତ କାହିଁକି ଅସୁସ୍ଥ ହୋଇପଡ଼ିଲେ ଏନେଇ ସ୍ପଷ୍ଟ ଜଣାପଡ଼ିନାହିଁ ।

0/Post a Comment/Comments