ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଯାଞ୍ଚ ଅଧକାରୀ ଘଣ୍ଟ ଘୋଡାଇଲେ ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ତରଫରୁ ରୁଜ୍ଜୁ ହେବ ମାମଲା


କୋଦଳା :(Star Odisha)ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ରାଜ୍ୟ ଶିକ୍ଷା ବିଭାଗର ନୂତନ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ଅନୁସାରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖୋଜାଯିବ ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ବେଗୁନିଆପଡ଼ା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ।ବିଭିନ୍ନ ସମୟରେ ମଞ୍ଚ ପକ୍ଷରୁ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ଚିହ୍ନଟ କରାଯାଇଛି ଏବଂ ସୂଚନା ଆଇନ ବଳରେ ତଥ୍ଯ ପାଇ ସମସ୍ତ ପ୍ରମାଣ ସହିତ ବେଆଇନ ନିଯୁକ୍ତି ପାଇଥିବା କିଛି ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷା ସଚିବ, ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ, ଜିଲ୍ଲାପାଳ, ଡିପିସିକୁଂ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ।ତେବେ ବାରମ୍ବାର ବିଭିନ୍ନ ଅଞ୍ଚଳରୁ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପର୍କରେ ଅଭିଯୋଗ ଆସୁଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲା ମଞ୍ଚ । ବର୍ତ୍ତମାନ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀକଂ ପ୍ରମାଣପତ୍ର ଜାଞ୍ଚ୍ ହେବା ଫଳରେ ବହୁ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ଧରାପଡିବେ ବୋଲି ମଞ୍ଚର ବ୍ଲକ ସଭାପତି ସୁଶାନ୍ତ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଶିକ୍ଷା ବିଭାଗର ଏହି ପଦକ୍ଷେପକୁ ସ୍ବାଗତ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀକଂ ସାର୍ଟିଫିକେଟ ଜାଞ୍ଚ୍ କରୁଥିବା ଅଧିକାରୀ ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବାପାଇଁ ଅପଚେଷ୍ଟା କରନ୍ତି ତାହାହେଲେ ମଞ୍ଚ ପକ୍ଷରୁ ସଂପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ଜିଲ୍ଲା ସଭାପତି ସମରଜିତ ମହାନ୍ତି କହିଛନ୍ତି। ନକଲି ବିଏଡ୍‌ ଓ ସିଟି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତି ପାଇଛନ୍ତି ପ୍ରାଥମିକ ଶିକ୍ଷକ। ପଦୋନ୍ନତି ବି ପାଇଛନ୍ତି। ଅଧିକାଂଶ ଜିଲ୍ଲାରେ ଶିକ୍ଷକମାନେ ନକଲି ସାର୍ଟିଫିକେଟ୍‌ ତଥା ଯୋଗ୍ୟତା ନଥାଇ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ତନାଘନା ଆରମ୍ଭ ହୋଇଛି। ଶିକ୍ଷକଙ୍କ ଯୋଗ୍ୟତା ତଥା ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ଓ ଓସେପା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଡିପିସି ଓ ବିଇଓ ସମସ୍ତ କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବେ। ଅକ୍ଟୋବର ୧୫ରେ ଯାଞ୍ଚ ସାରି ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବେ। ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଧରାପଡ଼ିଲେ ସମ୍ପୃକ୍ତ ଶିକ୍ଷକଙ୍କୁ ବହିଷ୍କାର ପରି କାର୍ଯ୍ୟାନୁଷ୍ଠାନ ନିଆଯିବ।ଏବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ କେତେ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ଧରା ପଡୁଛନ୍ତି ଏବଂ କି କାର୍ଯ୍ୟାନୁଷ୍ଠାନ ହେଉଛି।
ରିପୋର୍ଟ-ସୁଶାନ୍ତ କୁମାର ପଟ୍ଟନାୟକ

0/Post a Comment/Comments