କୋଦଳା:(Star Odisha)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ମଠବ୍ରହ୍ମପୁର ଗ୍ରାମର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପାଗ ଅନୁକୂଳ ଥିବାରୁ ଜନ ସମାଗମ ଦେଖା ଦେଇଥିଲା।ରଥ ଆଗରେ ହୋମ କରି ମନ୍ତ୍ରପାଠ କରି ପ୍ରତିଷ୍ଠା କରାଯାଇଥିଲା। ଏହାପରେ ମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ପହଣ୍ଡି ବିଜେ କରି ଶ୍ରୀଜିଉଙ୍କୁ ରଥାରୁଢ଼ କରାଯାଇଥିଲା।
ତିନି ଠାକୁରଙ୍କ ସମେତ ସୁଦର୍ଶନ ରଥରେ ବିଜେ ହେଲାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବଂ ମଠବ୍ରହ୍ମପୁର ଗ୍ରାମରେ ପରମ୍ପରା ଅନୁସାରେ ରଥ ୩ଦିନରେ ପହଞ୍ଚିବାର ନିୟମ ଥିବାରୁ ରଥ ଅଧବାଟେ ଅଟକି ରହିଥିଲା ଓ ରଥରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର,ସୁଦର୍ଶନଙ୍କ ସମେତ ଦେବୀ ସୁଭଦ୍ରା ସନ୍ଧ୍ୟା ଆଳତୀରେ ଦର୍ଶନ ଦେଇଥିଲେ।ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମାପିତ ହୋଇଥିଲା।
ରିପୋର୍ଟ-ଗୁଲସନ୍ କୁମାର କର


Post a Comment