ରାସ୍ତା ପାଇଁ ହାତିଆ ଗ୍ରାମବାସୀ ହନ୍ତସନ୍ତ


କେନ୍ଦ୍ରାପଡା:(Star Odisha) କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ହିଦୁଳିଆ ଗ୍ରା.ପ ହଜାରୀ ଛକ ରୁ ହାତୀଆ ଗ୍ରାମ କୁ ରାସ୍ତା ନାହିଁ । ଖାଲ ଖମା ହେଇଥିଲା ବେଳେ ଲୋକମାନେ ଯିବା ଆସିବା ରେ ନାହିଁ ନ ଥିବା ଅସୁବିଧା ହେବାରୁ  ଲୋକମାନେ ଅଭିଯୋଗ କରୁଥିଲେ ମଧ୍ୟ  କେହି ଶୁଣିନାହାଁନ୍ତି। ଟିକିଏ ବର୍ଷାରେ ଏହି ରାସ୍ତା କାଦୁଅ ଓ ବର୍ଷା ପାଣିରେ  ପରିପୂର୍ଣ ହଇଯାଇ ଥାଏ।ଲୋକ ଯିବା ଆସିବା ରେ ବହୁ ଅସୁଵିଧାର ସମ୍ମୁଖୀନ ହେଇଥାନ୍ତି।
 ରାସ୍ତାର ଏମିତି ଅବସ୍ଥା ରୋଗୀ ବି ମେଡିକାଲ ଯାଇପାରୁ ନାହାନ୍ତି। ବର୍ଷାରେ ଯିବା ଆସିବା ଅଶୁଵିଧା ହେଇ ଥିବାରୁ  ଗ୍ରାମର  ଲୋକମାନଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି।
ରିପୋର୍ଟ-ବିଶ୍ୱଜିତ ପ୍ରଧାନ


0/Post a Comment/Comments