ଭୁବନେଶ୍ଵର :(Star Odisha) ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲଶଇ ସାରିଥିବା ବିଶ୍ୱଭୂଷଣ ଓଡ଼ିଶାରେ ବିଜେପିର ସଂଗଠନ ସୁଦୃଢ଼ କରିବାରେ ବଡ଼ ଭୂମିକା ତୁଲାଇ ଆସିଥିଲେ। ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରୁ କ୍ୟାରିଅର ଆରମ୍ଭ କରିଥିଲେ। ଓଡ଼ିଶାରେ ବିଜେପି ସଂଗଠନ ଆରମ୍ଭ କରିବା ସମୟରେ ବିଶ୍ୱଭୂଷଣ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚିଲିକା ବିଧାନସଭାରୁ ପୂର୍ବରୁ ପ୍ରତିନିଧିତ୍ୱ କରିଥିବା ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ ଚିଲିକା ଏବଂ ଭୁବନେଶ୍ୱରରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ରାଜନୀତି ବ୍ୟତୀତ ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Star Odisha Facebook page

Post a Comment