କୋଦଳା:(Star Odisha)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କୋଦଳା ଏନ.ଏସିର ବାଇଗଣିଆ ସାହି, ଗୌଡ଼ ସାହି ଓ ଖରୁଡା ସାହିର କର୍ମୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏକ ପଲିଥିନ ପ୍ରଦୂଷଣ ମୁକ୍ତ ରାଲି କରିଥିଲେ। ପଲିଥିନ ବ୍ୟବହାର ନକରିବା ପାଇଁ ଲୋକମାନଙ୍କୁ ବୁଝାଇଥିଲେ। ପଲିଥିନ ଯୋଗୁ ଯେଉଁ ସବୁ ଅସୁବିଧା ହେଉଛି ତାହା ପ୍ଲାକାର୍ଡ଼ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ।ଏହି ଅଭିଯାନରେ ବାଇଗଣିଆ ସାହିର ଅଙ୍ଗନବାଡି କର୍ମୀ ଶ୍ରୀମତୀ ରିତାରାଣୀ ମିଶ୍ର, ଗୌଡ଼ ସାହିର ଶ୍ରୀମତୀ ସୁନିତା ଗୌଡ଼ ଏବଂ ଖରୁଡା ସାହିର ସୁମିତ୍ରା ନାୟକଙ୍କ ସହିତ ଅଙ୍ଗନବାଡି ସହାୟିକା ଏବଂ ଗ୍ରାମବାସୀଙ୍କ ସମେତ ଅଙ୍ଗନବାଡିରେ ପଢ଼ୁଥିବା ଛୋଟଛୋଟ ପିଲାମାନେ ମଧ୍ୟ ଯୋଗଦେଇଥିଲେ।
ରିପୋର୍ଟ - ଭଗବାନ ପାଢ଼ୀ

Post a Comment