ଏଡିବି ବ୍ୟାଙ୍କ ନିକଟରୁ ଚୋରି ହୋଇଥିବା ମାମଲାରେ ଡକାୟତି ଗ୍ୟାଙ୍ଗ ଗିରଫ


ନୂଆପଡା:(Star Odisha)ନୂଆପଡା ପୋଲିସ କୁ ଏକ ବଡ଼ ସଫଳତା ପ୍ରାପ୍ତ ହୋଇଛି। ଏ ଡିବି ବ୍ୟାଙ୍କ ନିକଟରୁ ଚୋରି ହୋଇଥିବା ୧୦ ଲକ୍ଷ ଟଙ୍କା ଘଟଣାରେ ସଂପ୍ରୁକ୍ତ ଅପରାଧୀ ମାନଙ୍କୁ ଗିରଫ କରିଛି ପୋଲିସ। ଏନେଇ ଶନିବାର ଦିନ ଆହୁତ ସାମ୍ୱାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି ନୂଆପଡା ଆରକ୍ଷୀ ଅଧିକ୍ଷକ। ସୂଚନା ଯୋଗ୍ୟ ଯେ ଗତ ମାସ ୧୮ତାରିଖ ଦିନ ଦ୍ୱିପହରରେ ସ୍ଥାନୀୟ ଏ, ଡି, ବି, ବ୍ୟାଙ୍କ ରୁ ଜଣେ ଲୋକ ୧୦ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁ ଥିବା ସମୟରେ ଏକ ମୋଟର ସାଇକେଲ ରେ ଦ୍ରୁର୍ବ୍ରୁତ ଆସି ଟଙ୍କା ବେଗ କୁ ନେଇ ପଲାଇଥିଲେ ଘଟଣା ବେଶ ଚର୍ଚ୍ଚା ର ବିଷୟ ପାଲଟି ଥିଲା। ତେବେ ସହରରେ ସିସିଟିଭି କେମେରା ଲାଗି ଥାଇ ମଧ୍ଯ ଏଭଳି ଘଟଣା ହେଲା ବୋଲି ଏହା ପୋଲିସ ପାଇଁ ଚେଲେଞୀ ହୋଇଯାଇଥିଲା।
ଶନିବାର ନୂଆପଡା ଆରକ୍ଷୀ ଅଧିକାରୀ ସ୍ମିଥ ପରମାର ଏକ ସମ୍ୱାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି ଯେ ଆସ୍କା ଏରୋଗୋଲା ଡକାୟତି ଗ୍ୟାଙ୍ଗ ର ୩ ଜଣ ଏହି ଘଟଣା ରେ ସମ୍ପୁକ୍ତ ଥିଲେ। ପଡୋଶୀ ଜିଲ୍ଲା ରୁ ସେ ମାନଙ୍କୁ ଗିରଫ କରାଯାଇଛି। ୩ ଜଣ ମଧ୍ଯ ରୁ ଜଣେ ନାବାଲକ ଓ ୨ଜଣ ହେଲେ ଏ ରାଜା ଓ ଏମ୍ ଗଣେଶ। ତେବେ ଉଭୟ ଙ୍କ ନାମରେ ସାରା ରାଜ୍ଯ ର ବିଭିନ୍ନ ଥାନା ରେ ୩୨ଟି ଏହିଭଳି କେସ୍ ଅଛି। ତାଙ୍କ ନିକଟରୁ ଗୋଟିଏ ନୂଆ ପଲସର୍ ୨୨୦ଓ ଅପାଚି ୧୮୦,୨୭ଟି ମୋବାଇଲ ଫୋନ ୭ଲକ୍ଷ ୭୦ହଜାର ତାଙ୍କ ଏବଂ ଗୋଟିଏ ମାଷ୍ଟର ଚାବି ଉଦ୍ଧାର କରାଯାଇଛି।
ରିପୋର୍ଟ-ସୁରେଶ ଚନ୍ଦ୍ର ସାହୁ

0/Post a Comment/Comments