କେନ୍ଦ୍ରାପଡା :(Star Odisha)ପାଟକୁରା ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଗସ୍ତ କରିଥିଲେ । ସାମ୍ବାଦିକମାନଙ୍କର ବି ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ରୋଡଶୋ କଭରେଜ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କ ମଧ୍ୟରୁ News18 ଓଡ଼ିଆର କାର୍ଯ୍ୟରତ ପ୍ରତିନିଧି ଅଜେଶ ମଲ୍ଲିକଙ୍କ ଉପରକୁ କେନ୍ଦ୍ରାପଡା ଏସପି ଶ୍ରୀଯୁକ୍ତ ନୀତିଶେଖର ଚାପୁଡା ମାରିବାକୁ ହାତ ଉଠାଇଥିଲେ । ଏହି ବ୍ୟବହାରକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏସପିଙ୍କର ଏପରି ବ୍ୟବହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଦେଖନ୍ତୁ ସେହି ଭିଡ଼ିଓ👇

Post a Comment