1887 ରେ ଆରମ୍ଭ ହୋଇଥିଲା ବେଙ୍ଗଲ ନାଗପୁର ରେଲୱେ,ପୁରୀ ରେ ପ୍ରତିଷ୍ଠା ହେଲା B.N.R ହୋଟେଲ,ଇଷ୍ଟି ଇଣ୍ଡିଆ କମ୍ପାନୀ ଶ୍ରୀକ୍ଷେତ୍ର ପୁରୀ କୁ ରେଳ ଯାତାୟାତ ସୁବିଧା ପାଇଁ ରେଳ ପଟ୍ରି ପକେଇବା ଆରମ୍ଭ କରିଦେଲା ,ଖୋର୍ଦ୍ଧା ରୁ ଶ୍ରୀକ୍ଷେତ୍ର ପୁରୀ କୁ ପଡିଲା ରେଳ ପଟ୍ରି ପ୍ରାୟ 10ବର୍ଷ ଲାଗିଥିଲା ସମ୍ପୂର୍ଣ କାମ ସାରିବାକୁ,1897 ରେ ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୁ ପୁରୀ ରେଳ ଗାଡି ଗଡ଼ିଲା,ସେ ସମୟ ରୁ ସିଧ୍ୟମହାବୀର ଲେବଲ୍ କ୍ରସିଂ ରହିଛି,ସେତେବେଳେ ଫାଟକ ବିହୀନ ଥିଲା ଏବେ ଫାଟକ ୟୁକ୍ତ ହୋଇଛି,ସେ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏଠାରେ flyover ପାଇଁ ଚିନ୍ତା କରିଥିଲେ ,ଯେ ହେତୁ ଏହା ପୁରୀ କୋଣାର୍କ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଏ ରାସ୍ତା ଦେଇ ପ୍ରତେକ ଦିନ ଲକ୍ଷ ଲକ୍ଷ ଗାଡି ଭବିଶ୍ୱତ ରେ ଯିବା ଆସିବା କରିବ ବୋଲି ସେ ଅନୁମାନ କରିଥିଲେ,ସେତେବେଳେ କିଛି ସମସ୍ୟା ଯୋଗୁ ଆଉ ବ୍ରିଜ୍ କାମ ପ୍ରତି ଧ୍ୟାନ ଦେଇ ନଥିଲେ,ଆଜକୁ 132 ବର୍ଷ ର ଯୋଜନା ଶ୍ରୀକ୍ଷେତ୍ର ପୁରୀ ସହର ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ଠିଆ ହୋଇଛି,ପ୍ରାୟ 50ବର୍ଷ ତଳୁ ବଢିଯାଇଛି ପୁରୀ ସହର,ଲେବଲ୍ କ୍ରସିଂ ର ସଦର ଏରିଆ ପଟେ ପ୍ରାୟ 40 ରୁ 50 ଗ୍ରାମ ଅଛି କୋଣାର୍କ ପଯ୍ୟନ୍ତ,ଲକ୍ଷ ଲକ୍ଷ ଲୋକ ଙ୍କ ଜନବସତି ରହିଛି ସଦର ଏରିଆ ରେ,,,ପ୍ରତେକ ଦିନ ଏହି ଲେବଲ୍ କ୍ରସିଂ ଦେଇ 60ରୁ ଉର୍ଦ୍ଧ୍ବ ରେଳ ଗାଡି ଯିବା ଆସିବା କରେ ପ୍ରତେକ 15min ଛଡା,ଏମିତି ଦେଖିବାକୁ ଗଲେ ପ୍ରାୟ 5ଘଣ୍ଟା ପାଖାପାଖି ଟ୍ରେନ୍ ଗେଟ୍ ପଡି ରହେ, ଛାତ୍ର ଛାତ୍ରୀ ସରକାରୀ କର୍ମଚାରୀ ଠିକ୍ ସମୟରେ ନିଧିଷ୍ଠ ସମୟ ରେ ଜାଗା ଉପରେ ପହଁଚି ପାରନ୍ତି ନାହିଁ,ଏମିତି କୀ ରୋଗୀ କୁ ଆଣି ଆସୁଥିବା ଆମ୍ବୁଲାନ୍ସ ଘଣ୍ଟା ଘଣ୍ଟା ଧରି ଅଟକି ରୁହେ ସେହି ଲେବଲ୍ କ୍ରସିଂ ରେ,ବହୁତ ବାର୍ ରୋଗୀ ସେଠି ପ୍ରାଣ ହରେଇବା ଦେଖିଚି,ଆମ୍ବୁଲାନ୍ସ ଆଉ ହସ୍ପିଟାଲ ନ ଯାଇ ସ୍ୱର୍ଗଦ୍ୱାର ଯିବା ଦେଖିଚି,ମୋ ବଡ଼ ଭଉଣୀ ମୋ ବାପା ଙ୍କ ମୃତ୍ୟୁ ସେହି ଲେବଲ୍ କ୍ରସିଂ ଯୋଗୁ ହୋଇଛି,ଗୋଟେ ବର୍ଷ ଭିତରେ ମୋ ପରିବାର ରୁ ଦୁଇ ଦୁଇ ଜଣ ଙ୍କୁ ମୁଁ ହରେଇଛି,ଯେ ହେତୁ ପୁରୀ ଗୋଟେ ପର୍ଯ୍ୟଟନ ସ୍ଥଳୀ ପ୍ରତେକ ଦିନ ହଜାର ହଜାର ପର୍ଯ୍ୟଟକ ପୁରୀ କୁ ବୁଲିବାକୁ ଆସନ୍ତି,ସେମାନେ ବି ନାହିଁ ନଥିବା ଅସୁବିଧା ର ସମୁଖୀଣ୍ଣ ହୁଅନ୍ତି,ମୋ ଭଉଣୀ ବାବା ଯିବା ପୂର୍ବରୁ ଏଠି ଆନ୍ଦୋଳନ କରି ଆସୁଛୁ ଦୀର୍ଘ 10ବର୍ଷ ହୋଇଯିବ,ଶେଷରେ ପରିସ୍ଥିତି ଆଉ କାବୁ ହେଲା ନାହିଁ,କଲେକ୍ଟର,ବିଧାୟକ ଙ୍କ ପାଖକୁ ଯାଇ ଯାଇ ହତାଶ ହୋଇଗଲୁ,ଏବେ ଆଉ ଜିଲ୍ଲା କୁ ନୁହେଁ,ଏଥର ରାଜ୍ୟ କେନ୍ଦ୍ର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ feb 10 ରୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ,ପ୍ରତେକ ଦିନ ଲେବଲ୍ କ୍ରସିଂ ରେ 20 ଜଣ ପିଲା ଅଟକି ରହିଲୁ,ଯେତେବେଳେ ଟ୍ରେନ୍ ଗେଟ୍ ପଡେ ଆମେ ଲାଗିଯାଉ ପଥଚାରି ଙ୍କ ଠୁ ଦସ୍ତଖତ ଆଣିବା ପାଇଁ,ଏମିତି ପ୍ରାୟ 18ଦିନ ପଯ୍ୟନ୍ତ ଦସ୍ତଖତ ଅଭିଯାନ ଚାଲିଲା ଲୋକ ବି ଖୁସି ହୋଇ ଦସ୍ତଖତ ଦେଉଥାନ୍ତି,କାରଣ ସମସ୍ତେ ଏଠି flyover ପାଇଁ ଚିନ୍ତିନ୍ତ,ଦସ୍ତଖତ ଅଭିଯାନ ଚାଲି ଥାଏ,ବାରମ୍ବାର media ରେ ଖବର ପ୍ରକାଶ ପାଉଥାଏ,କିଛି presure ରାଜ୍ୟରୁ ପଡିବା ପରେ ପୂର୍ବତନ ବିଧାୟକ ହଟାତ୍ press metting ଡକେଇଲେ ସାଥିରେ ଥାନ୍ତି NHAI ପୁରୀ ର ଏଜୁକେଟିଭ୍ ଇଂ ପ୍ରମୋଦ ଦାସ ମହୋଦୟ,ସନ୍ଧ୍ୟା 5ଟାରେ pressmet ରେ ପୂର୍ବତନ ବିଧାୟକ ମହାଶୟ declar କଲେ ଯେ ବର୍ତ୍ତମାନ 53 କୋଟି 80ଲକ୍ଷ୍ୟ 350 ଟଙ୍କା flyover ପାଇଁ ମଞ୍ଜୁର ହୋଇଛି,ସେଥିରୁ 20କୋଟି ଜମି ଅଧି ଗ୍ରହଣ ପାଇଁ ଯିବ,ଓ ତା ସହିତ ଏଇ ଭିତରେ ସମସ୍ତ ଗୃହ ବାସିନ୍ଦା ଙ୍କୁ notice କରାଯିବ,ବହୁତ ଜଲ୍ଦି କାମ ଆରମ୍ଭ ହୋଇଯିବ,8ମାସ ହୋଇଗଲା ଗୋଟେ ଇଟା ବି ଶୁଭ ଦିଆଗଲା ନାହିଁ,ଆମେ କିନ୍ତୁ ଆମ କାମ ଜାରି ରଖିଥାଉ ଦସ୍ତଖତ ଅଭିଯାନ କୁ 18ଦିନ ପୁରିଲା ପ୍ରାୟ 1ଲକ୍ଷ ରୁ ଉର୍ଦ୍ଧ୍ଵ ଦସ୍ତଖତ ସଂଗ୍ରହ କଲୁ,ମୁଁ ଏଠି କହି ରଖୁଛି ଯୋଉ ଭାଇ ମାନେ କହୁଛନ୍ତି ଯେ ମୁଁ ହଡ଼ବଡି ରେ ପଦୟାତ୍ରା ପାଇଁ ନିଷ୍ପତ୍ତି ନେଇଗଲି ତାହା ସମ୍ପୂର୍ଣ ଭୂଲ୍ ,କାରଣ ପଦୟାତ୍ରା କଥା ବହୁତ ଆଗରୁ ମୁଁ prees ରେ କହି ସାରିଥିଲି ଓ ତାହା ସମ୍ବାଦ peper ରେ ବି ପ୍ରକାଶୀତ ହୋଇଥିଲା,ମୋ ବାବା ଙ୍କ ଆଗକୁ ଥିବା ବର୍ଷିକୀଆ ଶ୍ରାଦ୍ଧ ଓ ଠିକ୍ ତା ପୂର୍ବରୁ ମୋ ବଡ଼ ଭଉଣୀ ର ମୂର୍ତ୍ୱ୍ୱ ମୋତେ ପୁରା ବିଚଳିତ କରିଦେଇଥିଲା,ଏହି ପଦୟାତ୍ରା ମୁଁ ନିର୍ବାଚନ ପୂର୍ବରୁ କରିବି ବୋଲି ଚିନ୍ତା କରିଥିଲି,ଦସ୍ତଖତ ଅଭିଯାନ ସରିବା ପରେ ମୁଁ ମୋ ମଞ୍ଚ ର 5ଜଣିଆ କମିଟି ଗଠନ କଲି ରାଜ୍ୟପାଳ ଙ୍କୁ ଦେଖା ହେବା ଉଦେଶ୍ୟ ରେ,ଓ ସେଥିରେ ମୋତେ ମୋ ବଡ଼ ଭାଇ ଠୁ ବି ଅଧିକ ସଂଗ୍ରାମ ଭାଇ ମୋ ବଡ଼ ଭାଇ ମୋତେ ସାହାଯ୍ୟ କରି ଥିଲେ,ଓ ଶେଷରେ ଭାଇ ଙ୍କ ନେତୃତ୍ୱ ରେ ରାଜ୍ୟପାଳ ଙ୍କ ସହିତ ଦେଖା ହେଲୁ,ସମସ୍ତିଙ୍କୁ ଭେଟିବା ପରେ କୌଣସି ସଫଳତା ମିଳିଲା ନାହିଁ,ସବୁ ଦିଗରୁ ନିରାଶ ହୋଇଗଲି,କିଛିଦିନ ପରେ 53କୋଟି ମଞ୍ଜୁର ହୋଇଥିବା କଥା ମନେ ପଡ଼ିଲା NHAI ମୁଖ୍ୟ ଙ୍କୁ ଭେଟିଲି,ସେ କହିଲେ କେନ୍ଦ୍ର ଅବହେଳା ଯୋଗୁଁ କାମ ଅଟକିଛି ଆପଣ ପାରିବେ ଯଦି କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ,ମୁଁ ଚିନ୍ତା କଲି କେନ୍ଦ୍ର କିଏ ମୁଁ କିଏ,କିନ୍ତୁ ଜିଦି ରେ ଅଟଳ ଥିଲି,ମୁଁ ପଚାରିଲି ତେବେ ସାର୍ ଏବେ ଆନ୍ଦୋଳନ ହି ଏହାର ଶେଷ ବାଟ।ମୋତେ NHAI ର ମୁଖ୍ୟ କହିଲେ ବେଷ୍ ବେଷ୍ ସେୟା କର,ଯାହାର ପ୍ରମାଣ ଏ ପଯ୍ୟନ୍ତ ମୋ ପାଖରେ ଅଛି,ସବୁ କଥା ଚିନ୍ତା କଲା ପରେ ଅଣ୍ଟା ଭିଡ଼ିଲି ଦିଲ୍ଲୀ ଯିବି ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ର ସମସ୍ୟା ଗୁହାରି ଆମର ପ୍ରିୟ ପ୍ରଧାନ ମନ୍ତ୍ରୀ ଙ୍କୁ ଭେଟି ଜଣେଇବି,କାରଣ ସବୁ ଆଡୁ ନିରାଶ ହେବା ପରେ ମୋତେ କେବଳ ପ୍ରଧାନ ମନ୍ତ୍ରୀ ହି ଦେଖା ଯାଉଥିଲେ,କାରଣ ମୋଦି ଜି ଙ୍କ ଉପରେ କେବଳ ମୁଁ ନୁହେଁ ସାରା ବିଶ୍ୱ ଭରସା କରୁଛି,ଏଇ ନିକଟ ରେ ଆମେରିକା ର ବିଦେଶ ମନ୍ତ୍ରୀ ଗୋଟେ ଭାଷଣ ରେ ମୋଦି ଙ୍କ ବିଷୟରେ କିଛି କହିଥିଲେ,(ମୋଦି ହେ ତୋ ମୁମକୀନ୍ ହେ ) ସେଇ ଦୃଢ଼ ବିଶ୍ୱାସ ନେଇ ମୁଁ ଆଗେଇ ଚାଲିଛି,,,,50ବର୍ଷ ହେଲାଣି ସିଧ୍ୟମହାବୀର ଲେବଲ୍ କ୍ରସିଂ ରେ ଏମିତି ସମସ୍ୟା ଉପଜିଛି,ପୁରୀ ବାସୀ ଙ୍କ ପାଇଁ କିଛି କହୁଚି,,ପୁରୀ ନିର୍ବାଚନ ଜନପ୍ରତିନିଧି ମାନଙ୍କ ନୀରବତା ଦେଖି ବିକା ବନିଯାଇଛନ୍ତି ପୁରୀ ଜନତା,କାରଣ ସେମାନେ ଜାଣନ୍ତି ନେତା ଜାଗିଲେ ଦେଶ ଜାଗିବ, ତେଣୁ 132 ବର୍ଷର ରେଳବାଇ ହତ୍ୟାଚାର ସହ କୁରୁମ ପାଲଟି ଯାଇଥିବା ପୁରିବାସୀ ଙ୍କ ଅଖଣ୍ଡ ବିଶ୍ୱାସ ଦିନେ ନେତା ଜାଗିବେ, ଏହି ଭ୍ରମ ବିଶ୍ୱାସ ରେ 132 ବର୍ଷ ର ଅତ୍ୟାଚାର ବିରୁଦ୍ଧରେ ପୁରିବାସୀ ଦିନେ 24ଘଣ୍ଟା ରେଳଧାରଣାରେ ବସି ରେଳ ସେବା ଠପ୍ କରି ପାରି ନାହାନ୍ତି,,ଆଉ ଗୋଟେ କଥା ,ଯୋଉ media ସେଠି ଏତେ ହଲ୍ଲା କରୁଥିଲା ଆଜି ସେ ସବୁ ଚୁପ୍ ହୋଇ ବସିଛନ୍ତି କିଛି ରାଜନୀତି ଚାପ ପାଇ,, ବହୁତ ଥର ବହୁତ ଜାଗାରେ ଓଡିଶା ର୍ ବଡ଼ ବଡ଼ news chanel ପଦଯାତ୍ରା ର visual ନେଇ ଯାଇଛନ୍ତି ସତ କିନ୍ତୁ publis ହୋଇ ନାହିଁ,ରାଜନୈତିକ ଚାପ ଯୋଗୁ,,ଆପଣ ମାନକୁ ମୋର ଗୋଟେ ଛୋଟ ଅନୁରୋଧ ଏ ସମସ୍ୟା ଭାଇ ଏକା ମୋର ନୁହେଁ ଆମ ସମସ୍ତିଙ୍କର ଏମିତି କି ସମଗ୍ର ଭାରତ ବର୍ଷ ର
Post a Comment