ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠିବା ନେଇ ABVP ର ବିଜୟ ଉତ୍ସବ
ବ୍ରହ୍ମପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କ ଆଦେଶ ଦ୍ଵାରା ଜମ୍ମୁ କାଶ୍ମୀରରୁ ଅସ୍ଥାୟୀ ୩୭୦ ଧାରା ହଟେଇବା ଏୟତିହାସିକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି।
ଭାରତରେ ଏକତା ଓ ଅଖଣ୍ତତାକୁ ସ୍ଥାପିତ କରିବା ପାଇଁ ସ୍ଵର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଅନେକ ସହିଦ ବିର ସୈନିକ ମାନଙ୍କୁ ଏହା ନିଶ୍ଚିତ ଏକ ଶ୍ରଦ୍ଧାଞ୍ଜଳି ବୋଲି ରାଜ୍ୟ ଉପସଭାପତି ଶିବ ପ୍ରସାଦ ତ୍ରିପାଠୀ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ନିଜର ବକ୍ତବ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ୩୭୦ ଧାରାକୁ ହଟାଇବା ନିତାନ୍ତ ଆବଶ୍ୟକ ଥିଲା ବୋଲି କହିଥିଲେ।
ଏହି ଏୟତିହାସିକ ଦିବସକୁ ବିଦ୍ୟାର୍ଥୀ ପରିଷଦ ବିଜୟ ଉତ୍ସବ ଭାବେ ପାଳନ କରିବା ସହିତ କାଯ୍ୟକର୍ତା ମାନଙ୍ ମଧ୍ୟରେ ପରସ୍ପର ମିଷ୍ଠାନ ବଣ୍ଟନ କରିଥିଲେ।ଏଥିରେ ଡା. ଏସ୍.ଏନ୍. ପତି ଅଧ୍ୟକ୍ଷତା କରିଥିବା ବେଳେ ଚିନ୍ମୟ ନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭାଗ ସଂଯୋଜକ ତୁତୁନ ପାତ୍ର,କାର୍ଯ୍ୟାଳୟ ସମ୍ପାଦକ କୃଷ୍ଣଚନ୍ଦ୍ର ପୋଲାଇ,ସୁଧୀର କୁମାର ବିଷୋୟୀ,ବିଶ୍ଵ ବିଦ୍ୟାଳୟ ସଂଯୋଜକ ମାତା ପ୍ରସାଦ ନାୟକ ଯୋଗ ଦେବା ସହିତ ବିଭିନ୍ନ ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀ ଯୋଗ ଦେଇଥିଲେ।

Post a Comment