ଖଲ୍ଲିକୋଟରେ ଦାଦନ ଦୁଃଖ ଦୂର ହେବ କେବେ ? ପୁଣି ଦୁବାଇରେ ଓଡ଼ିଆ ଶ୍ରମିକ ମୃତ୍ୟୁ ...


ଖଲ୍ଲିକୋଟ:(Star Odisha)ଗଞ୍ଜାମ ଜିଲ୍ଲା ବିଶେଷ କରି ଖଲ୍ଲିକୋଟ ଅଞ୍ଚଳରେ ଦାଦନ ଦଲାର ମାନେ ସକ୍ରିୟ ହୋଇଉଠିଛନ୍ତି। ଉତ୍କଟ ବେକାରୀ ସମସ୍ୟାର ସୁଯୋଗ ନେଇ ଯୁବକ ମାନଙ୍କୁ ମୋଟା ଅଙ୍କର ଅର୍ଥ ଉପାର୍ଜନା ଲୋଭ ଦେଖାଇ ସେମାନଂକୁ ରାଜ୍ଯ ତଥା ଦେଶ ବାହାରକୁ ଅବାଧରେ ଚାଲଣ କରୁଛନ୍ତି ।ଆଜି ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି।
     ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମର ସନ୍ୟାସୀ ସାଧବଙ୍କ ଗୋଟିଏ ମାତ୍ର ପୁଅ ବସନ୍ତ ସାଧବ (୪୧) ଦୁଇ ବର୍ଷ ତଳେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ସୁଦୂର ବିଦେଶ ଯାଇଥିଲେ... ସେ ଦୁବାଇର ଆବୁଦାବୀକୁ ଯାଇଥିଲେ ।ସେଠାରେ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ ।ଶୁକ୍ରବାର  କମ୍ପାନୀକୁ ଯିବା ପୂର୍ବରୁ  ସ୍ତ୍ରୀ ଏବଂ ପିଲାମାନଙ୍କ ସହ ଫୋନ ଯୋଗେ କଥା ହେଉଥିଲେ। ଏହାପରେ ସେ କାମକୁ ଯିବା ବେଳେ ହଠାତ ତାଙ୍କ ଛାତିରେ ଜନ୍ତ୍ରଣା ଅନୁଭବ କରିଥିଲେ ।ପରେ ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ବସନ୍ତ କୁ ମୃତ୍ୟୁ ଘୋଷଣା କରିଥିଲେ l ପରେ ସେଠିକାର ସମ୍ପର୍କୀୟ ବନ୍ଧୁ ଫୋନ ଯୋଗେ ପରିବାର କୁ ଜଣାଇଥିଲେ।ଖବର ପାଇ ପରିବାର ଲୋକେ ତିନି ଦିନ ହେଲା ଦୁଃଖରେ ଭାଙ୍ଗି ପଡିଛନ୍ତି। ପରିବାର ର ଗୋଟିଏ ମାତ୍ର ରୋଜଗାରିଆ ପୁଅ କୁ ହରାଇ ବୁଢ଼ା ବାପା , ମାଆ ର ଆଖିରୁ ଲୁହ ଶୁଖୁନାହିଁ ।ଏପରି ସ୍ତ୍ରୀ ପରାଜିତା ସାଧବ ପୁଅ ଅଭିଜିତ , ଝିଅ  ଶ୍ରାବଣୀ ସ୍ତବ୍ଧ ହୋଇପଡିଛନ୍ତି ।ତିନି ଦିନ ହେଲା ଘରେ ଚୁଲି ଜଳିନି।ପରିବାର ପକ୍ଷରୁ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲା ଶ୍ରମ ନିରୀକ୍ଷକ ବି .ହୁର୍ଷିକେଷ ରାଓ ପଥରା ଗାଁରେ ପହଞ୍ଚି ପରିବାରବର୍ଗ ସହ ଆଲୋଚନା କରି ଖୁବ ଶୀଘ୍ର ମର ଶରୀର ନିଜ ଭିଟାମାଟିକୁ ଫେରାଇ ଆଣିବାକୁ ପ୍ରତିଶୃତି ଦେଇଛନ୍ତି।ଅନ୍ୟପଟେ ଖଲ୍ଲିକୋଟ ବିଧାୟିକା କେ. ସୂର୍ଯ୍ୟମଣି ବୈଦ୍ୟ ବସନ୍ତ ଙ୍କ ଶରୀରକୁ ଦୁବାଇରୁ ଆଣିବା ପାଇ ମୁଖ୍ୟମନ୍ତ୍ରୀ କୁ ଜଣାଇବି ବୋଲି କହିଛନ୍ତି l ବସନ୍ତଙ୍କ ପରିବାର ଚଳିବା ଏବଂ ପୁଅ -ଝିଅ ପାଠ ପଢ଼ିବା ପାଇ ସରକାର ଆର୍ଥିକ ସହାୟତା ଦେବା ପାଇ ଗ୍ରାମବାସୀ ଦାବି କରିଛନ୍ତି।

ରିପୋର୍ଟ : ସିଲୁ ବିଶ୍ଵାଳ

0/Post a Comment/Comments