ଖଲ୍ଲିକୋଟ:(Star Odisha) ଦିର୍ଘ ୯ ଦିନ ପରେ ଆବୁଧାବି ରେ ମୃତ୍ୟୁ ଘଟିଥିବା ଥିବା ଖଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମ ର ବସନ୍ତ କୁମାର ସାଧବ ଙ୍କ ପାର୍ଥିବ ଶରୀର ନିଜ ଗ୍ରାମ କୁ ଆସିଲା । ସେ ୨ ବର୍ଷ ତଳେ ଭଲ ଟଙ୍କା ରୋଜଗାର ଆଶାରେ ସୁଦୂର ଦୁବାଇ ଯାଇଥିଲେ । ଗତ ୨ ତାରିଖ ରେ କାର୍ଯ୍ୟରତ ଏକ ଘରୋଇ କମ୍ପାନୀରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କ ର ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକ ସେବେଠାରୁ ଭାଙ୍ଗି ପଡିଥିଲେ। ଶବ କିପରି ଆସିବ ସେ ନେଇ ଗଞ୍ଜାମ ଜ଼ିଲ୍ଲାପ୍ରଶାସନ ନିକଟରେ ଗୁହାରି କରିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ପ୍ରଚେଷ୍ଟା ରେ ଆଜି ତାଙ୍କ ମୃତ୍ୟୁ ଶରୀର ଦୁବାଇ ରୁ ଦିଲ୍ଲୀ ପରେ ଭୁବନେଶ୍ୱର ଏଇରପୋର୍ଟ ରେ ପହଂଚି ଥିଲା । ସେଠାରୁ ମହାପ୍ରୟାଣ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଅଣାଯାଇଛି । ଘଟଣା ସ୍ଥଳରେ ଅତିରିକ୍ତ ଜ଼ିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ଶ୍ରମ ଅଧିକାରି ସିଵାନରାୟଣ ସାହୁ, ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ସୋନାମ ପଲେଇ ଉପସ୍ଥିତ ରହି ପରିବାର ଙ୍କୁ ୨ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହା ପଥରା ସରପଞ୍ଚ ବନମାଳୀ ବାଲା , ପଂଚାୟତ ନିର୍ବାହୀ ଅଧିକାରୀ ପଞ୍ଚାନନ ସେଠୀ ହରିଶ୍ଚନ୍ଦ୍ର ଯୋଜନାରେ ୨୫ ଶହ ଟଙ୍କା ପ୍ରଦାନ କରିଛନ୍ତି। ଗ୍ରାମରେ ଏକ ରକମ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ରିପୋର୍ଟ : ସିଲୁ ବିଶ୍ଵାଳ

Post a Comment