ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ନୂତନ କାର୍ଯ୍ୟକର୍ତା ଚୟନ ସହ ସେଲଫି କାର୍ଯ୍ୟକ୍ରମ
ବ୍ରହ୍ମପୁର:(Star Odisha)ଅଖିଳ ଭାରତୀୟ ଵିଦ୍ୟାର୍ଥୀ ପରିଷଦ(ଏ.ବି.ଭି.ପି.)ତରଫରୁ ଶନିବାର ଦିନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ନୂତନ କାଯ୍ୟକର୍ତା ଚୟନ ସହ କ୍ୟାମ୍ପସରେ ସେଲଫି କାର୍ଯ୍ୟକ୍ରମ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିସହ ବିଶ୍ଵବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଦାୟିତ୍ୱ ମଧ୍ୟ ବଣ୍ଟନ କରାଯାଇଥିଲା ।
ଏଥି ମଧ୍ୟରେ ହସିତା ରାଉଳଙ୍କୁ ସଭାପତି,ପ୍ରହ୍ଲାଦଙ୍କୁ ଉପସଭାପତି,କଳାମଞ୍ଚ ପାଇଁ ସ୍ଵାଗତ ମିଶ୍ର ଏବଂ ସୋସିଆଲ ମିଡିଆ ପ୍ରମୁଖ ଅନୀଲ ଦୋରାଙ୍କ ସମେତ ଅନ୍ୟ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ୍ୟ ଦାୟିତ୍ବ ବଣ୍ଟନ କରାଯାଇଥିଲା।ଏବଂ କିପରି କେବଳ ନିଜ ଶିକ୍ଷାନୁଷ୍ଠାନକୁ ଗୁରୁତ୍ବ ନଦେଇ ଦେଶ ପ୍ରତି ଉତ୍ସର୍ଗୀକରଣ ହେବା ସେ ଉପରେ ମତ ସାବ୍ୟସ୍ତ କରିଥିଲେ।


Post a Comment