ଛତ୍ରପୁର :(Star Odisha)ଛତ୍ରପୁରର ସ୍ଥାନୀୟ ପୋଲିସ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ 73 ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳନ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ ।
ଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ରେ ବାଲ୍ୟ ବିବାହ କୁ ରୋକିବା ପଲିଥିନ ବର୍ଜନ କରିବା ଏବଂ ପରିବେଶକୁ ସଫା ରଖିବା ପାଇଁ ଆହ୍ୱାନ ଦେଇଥିଲେ ।ଅନୁଷ୍ଠିତ ପ୍ୟାରେଡ଼ ରେ ମୋଟ 38 ଟି ଦଳ ଭାଗ ନେଇ ଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ,ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ ସୁବାଷ ବେହେରା ଙ୍କ ସମେତ ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ଛତ୍ରପୁର ବହୁ ଜନସାଧାରଣ ଉପସ୍ଥିତ ଥିଲେ।
ରିପୋର୍ଟ- ସନ୍ତୋଷ କୁମାର ସାହୁ


Post a Comment