ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ ବ୍ଲକ ଓ ୟୁଥ ଲିଗର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ପାଇଁ ପ୍ରସ୍ତୁତି..


ଗଞ୍ଜାମ: ନେତାଜୀ ସୁଭାଷଙ୍କ ଆଦର୍ଶ ରେ ଅନୁପ୍ରାଣିତ ଯୁବ- ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍ (AIYL)ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ ବ୍ଲକ୍ (AISB)ର ପ୍ରଥମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଆଗାମୀ ସେପ୍ଟେମ୍ବର ତା-୧୫/୦୯/୨୦୧୯ ରିଖ, ରବିବାର ଦିନ ପୋଲସରା ସ୍ଥିତ ମତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ।ଏ ନେଇ ଜିଲ୍ଲା ସମ୍ପାଦକ ସମରଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ସହ ଆଲୋଚନା ହୋଇଯାଇଛି।
           ଗଞ୍ଜାମ ଜିଲ୍ଲାର ପ୍ରାୟ ୨୦୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିବେ ।ଏବଂ ଏହି ସମ୍ମିଳନୀରେ  ମୁଖ୍ୟତଃ ନିମ୍ନସ୍ଥ ବିଷୟ ଗୁଡ଼ିକ ଉପରେ ଆଲୋଚନା କରାଯିବ ବୋଲି ଶ୍ରୀ ମହାନ୍ତି ମତ ପ୍ରକାଶ କରିଛନ୍ତି। ସମସ୍ତଙ୍କୁ ସମାନ ଶିକ୍ଷା, ଶିକ୍ଷା ଶେଷରେ ନିଯୁକ୍ତି ର ଗ୍ଯାରେଣ୍ଟି ନଚେତ୍ ବେକାରୀ ଭତ୍ତା, ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା, ଆସ୍କା ଚିନି ଶିଳ୍ପର ପୁନରୁଦ୍ଧାର ଓ ଆଧୁନିକୀକରଣ, ଜାଲ୍ ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଶିକ୍ଷାଅନୁଷ୍ଠାନ ମାନଙ୍କରେ ଆବଶ୍ୟକ ଶିକ୍ଷକ/ ଅଧ୍ଯାପକ ନିଯୁକ୍ତି ଏବଂ ଗୋପାଳପୁର ବନ୍ଦରକୁ ସବୁଦିନିଆ ବନ୍ଦର କରିବା ସହ ଗଞ୍ଜାମର ଯୁବ ଓ ଯୁବତୀଙ୍କୁ ନିଯୁକ୍ତି  ଭଳି ସମସ୍ୟାକୁ ନେଇ  ଯୁବ ଛାତ୍ର ସଂଗଠନ ବିଚାର ବିମର୍ଶ କରି ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓହ୍ଲାଇବ ।ଭ୍ରଷ୍ଟାଚାର ବିରୁଦ୍ଧରେ ଜନମତ ସୃଷ୍ଟି କରାଯିବ।

0/Post a Comment/Comments