ସ୍ବାସ୍ଥ୍ୟ ବୀମା କାର୍ଡ କାମରେ ଆସୁନି,ଚିକିତ୍ସା ନପାଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବିନୋଦ


ବେଗୁନିଆପଡା:(Star Odisha) ରାଜ୍ୟ ସରକାରଙ୍କ ତରଫରୁ ଗରିବ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ କରାଯାଇଛି। ବଡ଼ ବଡ଼ ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସମସ୍ତ ସରକାରୀ ଓ କିଛି ବେସରକାରୀ ହସ୍ପିଟାଲରେ ମଧ୍ୟ ଏହି ସୁବିଧା ଉପଲବ୍ଧ ବୋଲି ସରକାର କହୁଛନ୍ତି। ତେବେ ଏହି କାର୍ଡ ସଠିକ୍ ବେଳେ କାମ ଦେଉ ନଥିବା ଦେଖିବାକୁ ମିଳିଛି। ଗଂଜାମ ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତ ଦେଓଳିଆପଡା ଗ୍ରାମର ବିନୋଦ ଡାକୁଆ ୧ ବର୍ଷ ଧରି ବ୍ରେନ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିବା ବେଳେ ବ୍ଲକ ଓ ଜିଲ୍ଲା ପ୍ରଶାସନର କୌଣସି ସହଯୋଗ ମିଳିନି। ପାଖରେ ସ୍ବାସ୍ଥ୍ୟ ବୀମା କାର୍ଡ ଥିଲେ ମଧ୍ୟ ହସ୍ପିଟାଲ କତୃପକ୍ଷ ଗ୍ରହଣ କରୁ ନାହାନ୍ତି। ଧାର କରଜ କରି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଶାଖାପାଟଣାମ୍ ସେଭେନ୍ ହିଲ୍ ହସ୍ପିଟାଲରେ ଚିକିତ୍ସା କରିଥିଲେ ମଧ୍ୟ ରୋଗରୁ ମୁକ୍ତି ପାଇ ନାହାଁନ୍ତି ବିନୋଦ।ଅର୍ଥ ଅଭାବରୁ ଚିକିତ୍ସା କରି ପାରୁନଥିଲା ବେଳେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କାର୍ଡ କାମ ଦେଇନଥିବା ଏବଂ ହସ୍ପିଟାଲ କତୃପକ୍ଷ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି ବୋଲି Star Odisha Media କୁ ମତ ପ୍ରକାଶ କରିଛନ୍ତି।
               ୪୪ ବର୍ଷୀୟ ବିନୋଦ ଡାକୁଆ, ପିତା  ଜଗନ୍ନାଥ ଡାକୁଆ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଖଣ୍ଡିଆନଈ ପଞ୍ଚାୟତ ଅନ୍ତର୍ଗତ ଦେଓଳିଆପଡା ଗ୍ରାମରେ ବାସ କରୁଥିବା ବେଳେ ଏହି ଗରିବ ପରିବାର ଏବେ ଭଗବାନ ଭରସାରେ। ସେଲୁନ୍ ରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବିନୋଦ ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବ୍ରେନ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଷଢୁଛନ୍ତି ।ଘରେ ସ୍ତ୍ରୀ ଓ ୨ ଝିଅକୁ ନେଇ ପରିବାର। ରୋଜଗାର ନଥିବାରୁ ଚଳିବା ଅତ୍ଯନ୍ତ କଷ୍ଟକର ହୋଇପଡୁଛି। ୨ ଝିଅ ପାଠ ପଢୁଥିବା ବେଳେ ଏବେ ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ହେଉଥିବାରୁ ପରିବାର ଲୋକେ ହତୋତ୍ସାହ ହୋଇପଡ଼ିଛନ୍ତି।ଗୋଟିଏ ପଟେ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ଯୋଜନା କରୁଛନ୍ତି, ଅପରପକ୍ଷେ ବୀମା କାର୍ଡକୁ ଅନେକ ହସ୍ପିଟାଲ ଗ୍ରହଣ କରୁ ନଥିବାରୁ ଗରିବ ଲୋକ ଚିକିତ୍ସା ପାଉନାହିଁ। ଯାହାଫଳରେ କି ଏହି କାର୍ଡ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି। ଏବେ ସବୁ କ୍ଷେତ୍ରରୁ ନିରାଶ ହେବା ପରେ ବିନୋଦକଂ ପରିବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି।

0/Post a Comment/Comments