ଲଗାଣ ବର୍ଷାରେ ରାସ୍ତା ଧୋଇଗଲା, ମଠସରସିଙ୍ଗୀ ଠାରୁ ପୁରୁଷୋତ୍ତମପୁର ଯାତାୟତ ବାଧାପ୍ରାପ୍ତ


କୋଦଳା :(Star Odisha)ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମଠସରସିଙ୍ଗୀ ଠାରୁ ପୁରୁଷୋତ୍ତମପୁର ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କରେ ପ୍ରତିଦିନ ଶହ ଶହ ସଂଖ୍ଯାରେ ବସ୍, ଦୁଇ ଚକିଆ ଓ ତିନି ଚକିଆ ଯାନ ଚଳାଚଳ ହେଉଥିବା ବେଳେ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁଁ ରାସ୍ତାର ଶିକୁଳା ପୂର୍ବରୁ ଥିବା ଏକ ପୋଲ ନିକଟରେ ବର୍ଷା ପାଣି ଧସେଇ ରାସ୍ତା ବାହ୍ଯ ଜଗତରୁ ବିଛିନ୍ନ ହୋଇ ପଡିଛି । ଫଳରେ ବହୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଉକ୍ତ ରାସ୍ତାରେ ଆଖପାଖ ଅଞ୍ଚଳରୁ ଲୋକମାନେ କୋଦଳା ଓ ପୁରୁଷୋତ୍ତମପୁର ବଜାରକୁ ଯିବା ଅସମ୍ଭବ ହୋଇ ପଡିଛି। ପୂର୍ବରୁ ଏହି ରାସ୍ତା ନିର୍ମାଣରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ନିମ୍ନମାନର କାମକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। କାମ ସରିବାର ୧ ବର୍ଷ ନ ପୁରୁଣୁ ବର୍ଷାରେ ପିଚୁ ଧୋଇ ହୋଇଯିବା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତାକୁ ପୁନଃ ସଚଳ କରିବା ସହିତ ରାସ୍ତାର ସ୍ଥାୟୀତ୍ବକୁ ଧ୍ଯାନ ଦେବାକୁ ଅଞ୍ଚଳବାସୀ କହିଛନ୍ତି।

0/Post a Comment/Comments