ମୁଁ ଭଗତ୍ କହୁଛି!.



ଆଜି ହେଉଛି ସହିଦ ଭଗତ ସିଂ ଙ୍କ ଜନ୍ମ ଜୟନ୍ତୀ🇮🇳
*ଚାହିଁଥିଲେ ସେଦିନ ସଂସଦ ଜଳାଇ ଦିଅନ୍ତି।
*ଚାହିଁଥିଲେ ସେଠୁ ଦୌଡ଼ି ପଳାଇ ଯାଆନ୍ତି।
*କିନ୍ତୁ ସେମାନଙ୍କୁ ମାରିଲେ ପୁଣି ଅନ୍ୟ କେହି ଆସିବେ,
ମୋ ଭାରତକୁ ଶାସନ କରିବେ
ମୋ ଲୋକଙ୍କୁ ଜାଲିଆନାୱାଲାବାଗରେ ମାରିଲା ଭଳି ମାରି ଗଡାଇ ଦେବେ।

ମେଘ ପରିବର୍ତ୍ତେ ଅନ୍ୟ କେହି ଏ ଦେଶର ଛାଇ ପାଲଟିଯିବେ,
ମୋ ଦେଶରୁ ଲୁଟି
ମୋ ଭବିଷ୍ୟତ ମାନଙ୍କୁ ବେଡି ରେ ବାନ୍ଧି ପକାଇବେ।
କିନ୍ତୁ ମୋ ଦେଶ ପୁଣି ଠିଆ ହେଉ ମୁଁ ଚାହୁଁଛି
ଶେଷ ବ୍ୟକ୍ତି ହୋଇ ସୁଦ୍ଧା ମୁଁ ଲଢ଼ି ଲଢ଼ି ଜୀବନ ଦେବା ଶ୍ରେୟସ୍କର ଭାବିଛି।

କୋଟି ସିଂହ ର ବଳ ଆଣି ମୁଁ ଭଗତ୍ ସିଂ ଲଢ଼ିବାକୁ ଛୁଟି ଆସିଛି,
ଫାଶୀ ରସିକୁ ଚୁମି ଖୁସି ଖୁସି ଜୀବନ ଦେବାକୁ ଆସିଛି,
ବିଚାରଧାରା ପାଇଁ ଦେଶ ଛଡା ବାକି ସବୁ ମାୟାବନ୍ଧନକୁ ପୋତି ଆସିଛି।
ଏଥର ଶପଥ ଶୁଣିବି ଶପଥ କର
ଏଥର ମୋ ବଳିଦାନର ମର୍ଯ୍ୟାଦା ରଖିବ
ଘରେ ଘରେ ଭଗତ୍ ପୁଣି ରାମ, ରହିମ୍, ରୋମିଓ ନାଁରେ ଗଢ଼ିବ
ଧର୍ମାନ୍ଧତା ଠାରୁ ଏସମସ୍ତଙ୍କୁ ଦୁରେଇ ରଖିବ।
କଥା ଦିଅ ମୋତେ ସବୁବେଳେ ଏହି  ମାଟିର ପ୍ରତି ମଣିଷଙ୍କୁ ସମାନ ଅଧିକାର ଦେବ, ଦୋଷୀକୁ ଦଣ୍ଡ ପାଇଁ ହେଲେ ନିର୍ଦୋଷଙ୍କ ପାଇଁ ଜୀବନ ଦେଇ ଲଢ଼ିବ।
ତ୍ରିରଙ୍ଗା ମୋ ଅଭିମାନ
କଥା ଦିଅ ନା କୌଣସି ଗୋଷ୍ଠୀର, ନା କୌଣସି ମନ୍ଦିରର ପତାକା ଏହି ମାଟିରେ ତା' ଠାରୁ ଉର୍ଦ୍ଧ୍ବରେ ଉଡିବ।
କୁହ ସମସ୍ତେ କେବଳ ଭାରତ ମାଟିକୁ ନୁହେଁ ଏ ମାଟିର ପ୍ରତି ମଣିଷକୁ ସ୍ନେହ କରିବ

0/Post a Comment/Comments