କୋଦଳା:(Star Odisha) ବେଗୁନିଆପଡା ବ୍ଲକସ୍ଥିତ ମଠବ୍ରହ୍ମପୁର ଗ୍ରାମର ସମାଜସେବୀ ପାର୍ବତୀ କର(୬୨)ଙ୍କ ସୋମବାର ଦିନ ଦ୍ବିପହରେ ଖଲ୍ଲିକୋଟ ଠାରେ ପରଲୋକ ଘଟିଯାଇଛି। ୧୯୫୭ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ।
ସେ ଜଣେ ନିଷ୍ଠାପର ସହୃଦୟ ବ୍ୟକ୍ତି, ସମାଜେସବୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ଦେହାନ୍ତ ସମୟରେ ଝିଅ ଓ ଜ୍ଵାଇଂଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ। ତାଙ୍କ ମରଶରୀର ନିଜ ଗ୍ରାମ ମଠବ୍ରହ୍ମପୁର ଠାରେ ପହଞ୍ଚିବାପରେ ଶୋକାକୂଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଝିଅ, ଜ୍ୱାଇଁ, ଭଉଣୀ,ନାତି ନାତୁଣୀ, ବନ୍ଧୁ, ପରିବାର ବର୍ଗଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶୋକପ୍ରକାଶ କରିଥିଲେ।


Post a Comment