ଦଲାଲଙ୍କ କବ୍ଜାରେ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର


ବେଗୁନିଆପଡା :(Star Odisha) ସରକାର ଫାଇବ୍ ଟି ଓ ମୋ ସରକାର ବ୍ଯବସ୍ଥା ପ୍ରଚଳନ କରିଛନ୍ତି ।ପ୍ରାଥମିକତା ଭିତ୍ତିରେ ମେଡିକାଲ୍ ଗୁଡ଼ିକ ଦଲାଲ୍ ମୁକ୍ତ ପାଇଁ ଏକ ପ୍ରକାର ଅଭିଯାନ ଆରମ୍ଭ କରିଥିବା ବେଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଟି ଅବ୍ଯବସ୍ଥା ଓ ଦଲାଲଙ୍କ କବ୍ଜାରେ ରହିଥିବା ଜଣାପଡ଼ିଛି। କିଛି ଦଲାଲଙ୍କ ହାତରେ ଏଠାକାର ଡାକ୍ତର ଓ କର୍ମଚାରୀ ବନ୍ଧା ପଡିଥିବା ନେଇ ଏହି ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରର ସର୍ଜରୀ ଡାକ୍ତର ରାଜେନ୍ଦ୍ର ପ୍ରଧାନ ବିଭିନ୍ନ ପ୍ରକାର ସରକାରୀ ଚିକିତ୍ସା ମାଗଣାରେ ଯୋଗାଇବା ପରିବର୍ତ୍ତେ ପ୍ରତିଟି ସୁବିଧା ପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଗୋଟିଏ ଗୋଟିଏ ଅପରେସନ ପାଇଁ ତିନି ରୁ ପାଞ୍ଚ ହଜାର ଟଙ୍କା ନେଉଥିବା ନେଇ ନିଜ ନାମକୁ ଗୋପନ ରଖି ଜଣେ ବୁଦ୍ଧିଜୀବୀ କହିଛନ୍ତି। ଏପରିକି ଅପରେସନ ବାବଦରେ ସଂପୃକ୍ତ ଡାକ୍ତର ଦିନକୁ ୧୦ ରୁ ୧୫ ହଜାର ଟଙ୍କା ଲାଞ୍ଚ ଆକାରରେ ପାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ସରକାରୀ ଡାକ୍ତରଖାନା ମାନଙ୍କରେ ନିରାମୟ ଔଷଧ ମାଗଣାରେ ଯୋଗାଇ ଦିଆଯାଉଥିବା ବେଳେ ଉକ୍ତ ଡାକ୍ତର ନିରାମୟ ଔଷଧ ଲେଖୁନଥିବା ଏବଂ ବାହାରେ ଥିବା ମେଡିକାଲ୍ ଷ୍ଟୋର ସହ ସଲାସୁତୁରାରେ ରୋଗୀଙ୍କୁ ମନଇଛା ମେଡିସିନ କିଣି ଆଣିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ହୋଇଛି।

 ପ୍ରକାଶ ଥାଉକି କିଛି ଦିନ ତଳେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ସମୟରେ ତାଙ୍କ ଖାଦ୍ୟ ନଳୀକୁ କାଟି ଦିଆଯାଇଥିବା ନେଇ ମଧ୍ୟ କୋଦଳା ଥାନାରେ ଅଭିଯୋଗ ହୋଇଥିଲା। ଗ୍ରାମାଞ୍ଚଳର ଗରୀବ ଲୋକକଂ ପାଇଁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବା ସରକାର କହୁଥିବା ବେଳେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି
କାରନାମା ଚାଲୁଥିବାରୁ ସରକାରୀ ଚିକିତ୍ସା ଉପରୁ ଲୋକଙ୍କ ଆସ୍ଥା ତୁଟିବାକୁ ଲାଗିଛି। ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଅଧିକାରୀ ଉକ୍ତ ହସ୍ପିଟାଲ ପ୍ରତି ଦୃଷ୍ଟି ଦେଇ ଅଚାନକ ଗସ୍ତ କଲେ ହସ୍ପିଟାଲର ଅନେକ କାରନାମା ପଦାକୁ ଆସିବ ବୋଲି କୁହାଯାଉଛି।

0/Post a Comment/Comments