ମଠସରସିଙ୍ଗି ପଞ୍ଚାୟତରେ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା: ରାଜ୍ୟ ସରକାର ଙ୍କ ପ୍ରଚଳିତ ଶାସନ ବ୍ୟବସ୍ଥାର ସଂସ୍କାର ତଥା ଜନହିତକର ଯୋଜନାକୁ ଜନମାନସରେ ଉତ୍ତ୍ଯକ୍ତ କରାଇବା ସହିତ ପ୍ରସାଶନକୁ ଲୋକାଭିମୁଖି କରାଇବା ନେଇ ଆବୃତ ଯୋଜନା 'ମୋ ନିବେଦନ’ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେଉଅଛି। ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ମଠସରସିଙ୍ଗି ଗ୍ରାମ ପଞ୍ଚାୟତରେ ଶୁକ୍ରବାର ଦିନ ମୋ ନିବେଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବେଗୁନିଆପଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ପଣ୍ଡା,କୋଦଳା ଅତିରିକ୍ତ ତହସିଲଦାର,ମଠସରସିଙ୍ଗି ସମିତି ସଭ୍ୟ ମହେଶ୍ୱର ପଣ୍ଡାଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।ବିଡ଼ିଓଙ୍କ କହିବା ମୁତାବକ ଆବାସ ଯୋଜନା,ବାର୍ଦ୍ଧକ୍ୟ ଭତ୍ତା ଏବଂ ରେସନ କାର୍ଡ଼ ଉପରେ ଅନେକ ଅଭିଯୋଗ ଆସିଥିଲା।ଚାରିଖଣ୍ଡ ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ।

Post a Comment