ଭଲପାଇବାରେ ଠିକ ଓ ଭୁଲ...


 
ସେ ଦିନ ରବିବାର ଥିଲା। ମୁଁ ଷ୍ଟୋରୀ ଲେଖୁଥିଲି ହଠାତ୍ ଗୋଟିଏ ଅଜଣା ନମ୍ବରରୁ ମେସେଜ ଆସିଲା। ମେସେଜରେ ଗୋଟିଏ ଲିଙ୍କ ଥିଲା। ଲିଙ୍କରେ click କରିବାରୁ ଫେସବୁକ ରେ ଦିବ୍ଯା ନାମକ ଜଣେ ଝିଅର ପ୍ରୋଫାଇଲ ଦେଖାଇଲା। ସେଇ ପ୍ରୋଫାଇଲରେ ଗୋଟିଏ  ହିରୋଇନର ଫୋଟ ଥିଲା। ଗୋଟିଏ ମେସେଜ୍ ବି ଆସିଥିଲା, 'ଚିହ୍ନି ପାରୁଛ ମୋତେ?' ହଠାତ୍ ମୋର ମନେପଡିଲା ଇଏ ହେଉଛି ସେଇ ଦିବ୍ଯା, ଯାହାକୁ ମୁଁ ୩ ବର୍ଷ ତଳେ ଭଲ ପାଉଥିଲି। ସେ ବି ମୋତେ ଭଲପାଉଥିଲା। ମୁଁ ସେତେବେଳେ ବେକାର ଥିଲି ତେଣୁ ତା ବାପା ଜଣେ ସରକାରୀ ଅଧିକାରୀ ସହ ବିବାହ କରିଦେଲେ। କିନ୍ତୁ ସେ ଜମା ବି ବିରୋଧ କରିଲା ନାହିଁ, ଯେଉଁଥିପାଇଁ ମୁଁ ତା ଉପରେ ରାଗିଥିଲି। ତାକୁ ଭୁଲିବା ପାଇଁ ପୁରା ଏକ ବର୍ଷ ଲାଗିଥିଲା। କିନ୍ତୁ ହଠାତ୍ ସେ ମୋ ଜୀବନକୁ ପୁଣି ଆସିଯିବ ମୁଁ କେବେ ବି ଭାବିନଥିଲି। ମୁଁ ଉତ୍ତର ଦେଲି, ଚିହ୍ନି ତ ପାରିଲି କିନ୍ତୁ ବହୁତ ସମୟ ଲାଗିଲା। ବଡ଼ କଷ୍ଟ ରେ ତମକୁ ମୁଁ ମୋ ଜୀବନ ରୁ କାଢ଼ି ଦେଇଥିଲି।
ଦିବ୍ଯା - କିଛି କାମରେ ଗାଁ କୁ ଆସିଥିଲି। ଏବେ ଘରେ ଅଛି। ମିଶିବ ମୋ ସହ କିଛି କଥା ଥିଲା।
ମୁଁ- Sorry, I'm tired.
ଦିବ୍ଯା- କିଛି କଥା ନାହିଁ। ମୁଁ ତମ ଘରକୁ ଆସି ଯାଉଛି। ଏବେ ତ ଆମେ ଆଉ ପ୍ରେମୀ ନୁହେଁ କିନ୍ତୁ ବନ୍ଧୁ ଭାବେ ତ କଥା ହୋଇପାରିବା।
ମୁଁ ଆଉ ମନା କରିପାରିଲି ନାହିଁ ଏବଂ ତାକୁ ହଁ କହିଦେଲି।
ପାଖାପାଖି ୨୦ ମିନଟ୍ ପରେ ସେ ମୋ ଘରେ ପହଞ୍ଚିଲା। ସେମିତି ହସ ହସ ମୁହଁ। ହସରୁ ଯେମିତି ମୋତି ଝରୁଥିଲା।
ଦିବ୍ଯା- କଣ ଏମିତି ଦେଖୁଥିବ ନା ଭିତରକୁ ଡ଼ାକିବ।
ମୁଁ- ହଁ ଆସ ଭିତରକୁ।
ଦିବ୍ଯା- ଶୁଣିଲି ତମେ ଏବେ ଲେଖକ ହୋଇଗଲଣି।
ମୁଁ- କଥାରେ ନାହିଁ, ପ୍ରେମ ସଫଳ ହେଲେ ପ୍ରେମିକ ଆଉ ବିଫଳ ହେଲେ ଲେଖକ।
ଦିବ୍ଯା- ଆଉ ନିଜର ବିବାହ ବିଷୟ ରେ କଣ ଭାବିଛ?
ମୁଁ- ତମେ ତ ମୋର ପ୍ରଥମ ପ୍ରେମ ଥିଲ। ତମ ପରେ ଆଉ କେହି ପସନ୍ଦ ହିଁ ଆସିନାହିଁ। ତେଣୁ ବାହାଘର କଥା ଆଉ ଭାବିନି।
ଦିବ୍ଯା- କଥା କଣ କି... ଦିପିକା ତମର ସବୁ ଷ୍ଟୋରୀ ମୋ ପାଖକୁ ପଠାଉଥିଲା ଆଉ ମୁଁ ପଢ଼ୁଥିଲି। ତମର ସବୁ ଷ୍ଟୋରୀ ରେ ମୋ ଉପରେ ଥିବା ରାଗ ଝଲସି ଉଠୁଥିଲା। ମୋ ଉପରେ ରାଗିଛ କି?
ମୁଁ- ରାଗିବି କାହିଁକି, ତମ ଉପରେ ରାଗିବାର ଅଧିକାର ତ ମୁଁ ୩ ବର୍ଷ ତଳେ ହରାଇ ସାରିଛି। କିନ୍ତୁ ଯେତେ ଚେଷ୍ଟା କଲେ ବି, ଏଇ ଭାବନା ଆସି ଯାଉଛି।
ଦିବ୍ଯା- ହେଲେ ଏତେ ରାଗ କଣ ପାଇଁ? ମୋ ଭୁଲ କଣ?
ମୁଁ- ମୋ ଜାଗାରେ ରହି ଭାବି ଦେଖ ବୁଝିପାରିବ।
ଦିବ୍ଯା- ତମେ ବି ତ ମୋ ଜାଗାରେ ରହି ଭାବିପାରନ୍ତ ନା!.
ତାପରେ ଦିବ୍ୟା କହିଛି ଯେ... ମୋର ପ୍ରଥମ ପ୍ରେମ ହେଉଛନ୍ତି ମୋ ବାପା ଓ ମା। ତମକୁ ବାହା ହୋଇ ମୋ ବାପାଙ୍କ ସମ୍ମାନ କେମିତି ତଳେ ପକାଇଥାନ୍ତି? କେମିତି ମୋ ପ୍ରଥମ ପ୍ରେମ କୁ ଧୋକା ଦେଇଥାନ୍ତି। ମୁଁ ଜାଣେ ମୋ ବାପା କେବେ ମଧ୍ଯ ମୋର ଖରାପ କଥା ଚିନ୍ତା କରିବେନି। ସେ ମୋ ପାଇଁ ଯାହା କରିବେ ଶୀଘ୍ର ନହେଲେ ମଧ୍ଯ ଆଗକୁ ଭଲ ହିଁ ହେବ। ଆଉ ଯଦି ବାପା, ମା ଙ୍କ ଭଲପାଇବା ଭୁଲି ମୁଁ ଯଦି କେବଳ ମୋ ଭଲପାଇବା କୁ ଗୁରୁତ୍ବ ଦେବି ତାହେଲେ ମୋର ଭଲପାଇବା ର ଅଧିକାର ନାହିଁ। ଯଦି ମୁଁ ମୋର ନିଜର ଭଲପାଇବା କୁ ଏଡ଼ାଇ ଦେଇ ବାପାଙ୍କ ସମ୍ମାନ ରକ୍ଷା ରେ ତାଙ୍କ କଥା ରେ ରାଜି ହୋଇ ସ୍ବାର୍ଥପର ହୋଇଗଲି, ତେବେ କ୍ଷମା କରିବ ମୁଁ ସ୍ବାର୍ଥପର ହିଁ ଠିକ୍ ଅଛି। ଆଶା କରୁଛି ଏହା ଆମର ଶେଷଦେଖା ହେବ। ଭଗବାନଙ୍କୁ ଏତିକି କହିବି ମୋ ଠାରୁ ଭଲ ଝିଅ ତମ ଜୀବନ କୁ ଆସୁ। ଆଉ ହଁ, ତମ story ପଢ଼ି ପଢ଼ି ମୁଁ ତୁମର fan ହୋଇଗଲିଣି, କିନ୍ତୁ ଆଜିଠୁ ଚେଷ୍ଟା କରିବି ତମ ଷ୍ଟୋରୀ ନ ପଢ଼ିବାକୁ। ମୋତେ ବହୁତ ଯନ୍ତ୍ରଣା ଦେଉଛି ତମ ଷ୍ଟୋରୀ.
ଏତିକି କହି କାନ୍ଦି କାନ୍ଦି ଚାଲିଗଲା ଦିବ୍ଯା।
ମୋ ପାଖରେ କିଛି ବି ଉତ୍ତର ନଥିଲା। କାରଣ, ମୋ ମନ ରୂପକ ଆଦାଲତରେ ବାପା ଚରିତ୍ର ରୂପକ ବିଚାରପତି, ପ୍ରେମିକ ରୂପକ ଅଭିଯୁକ୍ତ କୁ ଦୋଷୀ ଘୋଷଣା କରିସାରିଥିଲେ।

ଲେଖକ- ମହେଶ୍ୱର ପାଳ
E-mail: maheswarpal19@gmail.com

0/Post a Comment/Comments