କବିସୂର୍ଯ୍ଯନଗର ପ୍ରେସ୍ କ୍ଲବର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ


କବିସୂର୍ଯ୍ୟନଗର: ରବିବାର ଦିନ ସ୍ଥାନୀୟ କନକ ମଞ୍ଜରୀ ପାଠାଗାର ଠାରେ  ସଭାପତି ସମରଜିତ ମହାନ୍ତିଙ୍କ ସଭାପତିତ୍ୱରେ କବିସୂର୍ଯ୍ୟନଗର ପ୍ରେସ କ୍ଲବର ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଠାରେ 'ସାଧାରଣ ଜନତା ଓ ଗଣମାଧ୍ୟମ' ର ସମ୍ପର୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ତତ ସହ ବର୍ତ୍ତମାନ ସମୟରେ ୱେବ ମିଡ଼ିଆରୁ ପ୍ରତି ମୁହୂର୍ତ୍ତରେ ନ୍ୟୁଜ ଜାଣିପାରିବା ସହ ପ୍ରତ୍ୟେକ ସ୍ଥାନରୁ ସାମ୍ବାଦିକ ମାନେ ସମ୍ବାଦ ପରିବେଷଣ କରିବା ଦ୍ୱାରା ସମସ୍ତ କଥା ଲୋକ ଲୋଚନକୁ ଆସି ପାରୁଛି ବୋଲି ପୋଲସରା ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏଥିସହ ସମ୍ବାଦିକ ମାନଙ୍କୁ କିପରି ସୁରକ୍ଷା ଯୋଗାଇବା ସହ ଏହା ଉପରେ ଆଇନ ପ୍ରଣୟନ କରାଯାଇପାରିବ ତାହା ଉପରେ ଆଲୋକପାତ କରାଯାଇଥିଲା ।

ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ଯକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,କବିସୂର୍ଯ୍ଯନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ,ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ,ଇପିଏ ଉଇକ୍ଲି ସଂପାଦକ ଶ୍ରୀ ଅନୀଲ୍ ପ୍ରସାଦ ମିଶ୍ର,ସ୍ବତନ୍ତ୍ର ବାର୍ତ୍ତା ସଂପାଦକ ଜ୍ଯୋତି ରଞ୍ଜନ ମହାପାତ୍ର,ପୋଲସରା ଏନଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ,କବିସୂର୍ଯ୍ଯ ନଗର ଏନଏସି ପୂର୍ବତନ ନଗରପାଳ ମନୋରଞ୍ଜନ ମହାପାତ୍ର,ବରିଷ୍ଠ ସାମ୍ବାଦିକ ଯୋଗୀ ଚରଣ ମିଶ୍ର ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଉପଢୌକନ ପ୍ରଦାନ କରିଥିଲେ । ଏଥି ସମେତ ଅନେକ ସାମ୍ବାଦିକ,ବୁଦ୍ଧିଜୀବୀ,ମହିଳା,ଚାଷୀ ମାନେ ବାର୍ଷିକ ଉତ୍ସବରେ ଯୋଗଦାନ କରିଥିଲେ।

0/Post a Comment/Comments