ଆରମ୍ଭ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ


ଗୋପାଳପୁର:(Star Odisha) ମଙ୍ଗଳବାର ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଅପରାହ୍ଣ ୪ଟାରେ ଗୋପାଳପୁର ବେଳାଭୂମି ମହୋତ୍ସବର  ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଏସପି କହିଛନ୍ତି ।

୫ ଦିନ ଧରି ଅନୁଷ୍ଠିତ ହେବ ମହୋତ୍ସବ । ଜାତୀୟସ୍ତରର ପଲ୍ଲିଶ୍ରୀ ମେଳା ଓ ହର୍ବଲ ମେଳା ସାଙ୍ଗକୁ ମୁକ୍ତାକାଶମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ ଲୋକେ । ଝଲସିବ ଗୋପାଳପୁର ବେଳାଭୂମି । ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ବଲିଉଡ ଓ ଓଲିଉଡରୁ ଆସିଥିବା ନାମିଦାମୀ କଳାକାର।
ପ୍ରଥମ ଦିନରେ ଧୁମ ମଚାଇଥିଲେ ବଲିଉଡ ଗାୟକ ସୋନୁ ନିଗମ। ୨୪ ତାରିଖ ଠାରୁ ମହୋତ୍ସବ ଆରମ୍ଭ ହୋଇ ୨୮ ତାରିଖରେ ସରିବ। ଜିଲ୍ଲା ପ୍ରଶାସନ ଓ ମହୋତ୍ସବ କମିଟି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।


ଚଳିତ ବର୍ଷ ବେଳାଭୂମି ମହୋତ୍ସବକୁ ଅଧିକ ଆକର୍ଷଣ କରିବା ଲାଗି ନୂତନ ଜାଗା ଚୟନ କରାଯିବା ସହ ୩ ଲକ୍ଷ ସ୍କୋୟାର ଫୁଟ ପରିଧି ଭିତରେ ଦର୍ଶକ ବସିକରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ଲାଗି ବ୍ୟବସ୍ଥା କରିଛି କମିଟି । ଚଳିତ ଥର ଜିଲ୍ଲା ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିବା ନିର୍ଭୟା କ୍ରୀଡ଼ା, ସ୍ୱୟଂସିଦ୍ଧା, ସ୍ୱଚ୍ଛ ଗୋପଲପୁର ଭଳି ବିଭିନ୍ନ ସଫଳମୟ ଯୋଜନାକୁ ଏହି ମହୋତ୍ସବ ମାଧ୍ୟମରେ ଲୋକାଭିମୁଖୀ କରିବାର ଲକ୍ଷ୍ୟ ରଖାଯାଇଛି । ମହୋତ୍ସବରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ମାତ୍ରାରେ ବେନ୍ କରିବା ଲାଗି ଘୋଷଣା କରିଛି ମହୋତ୍ସବ କମିଟି ।

0/Post a Comment/Comments