ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଛଡ଼ାଇବା ସହ ଆକ୍ରମଣ ଅଭିଯୋଗ
କୋଦଳା: କୋଦଳା ବିଜ୍ଞାପିତ ଅଞ୍ଚଳରେ ହେଉଥିବା ଦୁର୍ନୀତି ଉପରେ ଓ ନିକଟରେ ପ୍ରବାସୀ ଓଡ଼ିଆ ମାନେ ରହୁଥିବା କ୍ବାରେନଟାଇନରେ ଅବ୍ୟବସ୍ଥା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ଛତ୍ରପୁର ପିଡ଼ି ସୁଦାମ ଚରଣ ମଣ୍ଡଳ ତଦାରଖ କରିବାକୁ କୋଦଳା କଲ୍ୟାଣ ମଣ୍ଡପ କ୍ବାରେନଟାଇନ୍ ଗୃହକୁ ଆସିଥିବା ବେଳେ ଗଣମାଧ୍ୟମ କର୍ମିମାନେ ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଉତକ୍ଷିପ୍ତ ହୋଇ ସାମ୍ବାଦିକ ସନ୍ତୋଷ କୁମାର ସେଠୀଙ୍କ କ୍ୟାମେରାକୁ ଛଡ଼ାଇବା ସହ ତାଙ୍କର ଜାତି ଉପରେ ଆଙ୍ଗୁଳି ଉଠାଇଥିଲେ ତତ୍ ସହ ଜେଇ ଜିତେନ୍ଦ୍ର କୁମାର ବେହେରା ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମ୍ବାଦିକଙ୍କୁ ଧମକ ଦେବା ସହ ପରବର୍ତ୍ତୀ ସମୟରେ ଏନଏସି ବିରୁଦ୍ଧରେ ଖବର ପ୍ରକାଶ କଲେ ଜୀବନରୁ ମାରି ଦେବାକୁ କହିଥିଲେ ଶ୍ରୀ ଚୌଧୁରୀ ।
ଏନେଇ କୋଦଳା ସାମ୍ବାଦିକ ସଂଘ ତରଫରୁ ଥାନାରେ ଏତଲା ଦିଆଯାଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଏତଲା ଦେଇଛନ୍ତି। ତେଣୁ ଦୁର୍ନୀତି ଖବର ପ୍ରକାଶ କଲେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି ।

Post a Comment