ପ୍ରତ୍ୟେକ ବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ବିଶ୍ୱ ମାତୃ ଦିବସ ରୂପେ ପାଳନ କରାଯାଏ। ମା’- ଦୁନିଆର ସବୁଠୁ ମଧୁର ଶବ୍ଦ । ପୁଣି ସବୁଠାରୁ ସୁନ୍ଦର। ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ମା’ କୋଳଠାରୁ ଆରାମଦାୟକ, ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ । ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ଶାସ୍ତ୍ରରେ ମଧ୍ୟ କୁହାଯାଇଛି ” ଜନନୀଜନ୍ମଭୂମିଶ୍ଚ ସ୍ୱର୍ଗାଦପିଗରୀୟସୀ” ଅର୍ଥାତ୍ ମାଆ ଏବଂ ମାତୃଭୂମି ସ୍ୱର୍ଗଠାରୁ ବଡ। ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ । ଶାସ୍ତ୍ର ସ୍ୱୀକାର କରିଛି- ପୁତ୍ର ପଛେ କୁପୁତ୍ର ହୋଇପାରେ, ମାତା କୁମାତା ହେବା ଅସମ୍ଭବ। ସବୁଦିନ ତ ମା’ର, ଆଜି କିନ୍ତୁ ମା’ ପାଇଁ ସ୍ୱତନ୍ତ୍ର ଦିନଟିଏ । ମାତୃ ଦିବସ ଅବସରରେ ସଂସାରର ସବୁ ମାଆମାନଙ୍କୁ ଆମର କୋଟି କୋଟି ପ୍ରଣାମ।

Post a Comment