ତାଳସର ସଙ୍ଗରୋଧ କେନ୍ଦ୍ରରେ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବେଗୁନିଆପଡା: ଗୁଜରାଟରୁ ଓଡିଶା ଫେରିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶାର ବିଭିନ୍ନ ସଂଗରୋଧ ଗୃହରେ ରଖାଯାଇଛି। ସେହିଭଳି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ବ୍ୟାୟାମ ଓ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସେମାନେ ପ୍ରତେକ ଦିନ ସକାଳୁ ଉଠି ନିଜର ନିତ୍ୟକର୍ମ ସାରିବା ପରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ସେମାନେ ଯୋଗ,ପ୍ରାଣାୟମ ସହିତ, ବିଦ୍ୟାଳୟ ପରିବେଶ ସଫେଇ,ହନୁମାନ ଚାଲିଶା, ଗାୟତ୍ରୀ ମନ୍ତ୍ର ଆଦି ପାଠ କରୁଛନ୍ତି। ଏଥିରେ ସହଯୋଗ କରୁଛନ୍ତି ପ୍ରଧାନ ଶିକ୍ଷକ ବିକ୍ରମ ବିଶ୍ୱାଳ, ସହକାରୀ ଶିକ୍ଷକ ନାରାୟଣ ଜେନା,ରାଜୁ ସାହୁ,ଲକ୍ଷ୍ମଣ ପ୍ରଧାନ,ସଂଜୟ କୁମାର ସ୍ୱାଇଁ,କାଳୁ ଚରଣ ବେହେରା ଆଦି। ଏଥିସହ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ ସେମାନଙ୍କ ପ୍ରତେକ ଦିନ ସ୍ୱାସ୍ଥ୍ୟ ଅବସ୍ଥା ପରଖୁଛନ୍ତି। ଏବଂ ସେଠାକର ନୋଡାଲ ଅଫିସର ରଞ୍ଜିତ କୁମାର ନାୟକ ସମସ୍ତ କାର୍ଯ୍ୟରେ ନିଜର ସହଯୋଗର ହାତ ବଢ଼ାଇଛନ୍ତି।

Post a Comment