କୋଦଳା :ସଂଗରୋଧ ଗୃହରେ ନିମ୍ନ ମାନର ଖାଦ୍ୟକୁ ନେଇ ପୁଣି ବିବାଦରେ କୋଦଳା ପ୍ରଶାସନ। ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ସ୍ୱରସ୍ୱତୀ ଶିଶୁମନ୍ଦିର ସଂଘରୋଧ ଗୃହରୁ ଗୁରୁବାର ସଂଧ୍ୟାରେ ଏଭଳି ଅଭିଯୋଗର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ସରକାର ସଂଘରୋଧ ପ୍ରବାସୀ ମାନଙ୍କ ପାଇଁ ଯେଉଁ ଖାଦ୍ୟ ତାଲିକା ଧାର୍ଯ୍ୟ କରିଛନ୍ତି ତାହା ମିଳୁନଥିବା ଏବଂ ବାସି ଖାଦ୍ୟ ପରିବେଷଣ ନେଇ ଅନ୍ତେବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଉଚିତ୍ ଅର୍ଥ ଦେଉଥିବା ବେଳେ କୋଦଳା ଏନ୍ ଏ ସି ପକ୍ଷରୁ ଜଣେ ଦଲାଲ ଠିକା ନେଇ ଏଭଳି ପଚାଶଢା ଖାଦ୍ୟ ପରିବେଷଣ କରୁଥିବା ନେଇ ଅଭିଯୋଗ ହୋଇଛି। ତେବେ ଏଭଳି ଅଭିଯୋଗ ଏବେ କୋଦଳା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ଦୁଇ ଦୁଇ ଥର ଏଭଳି ଅଭିଯୋଗ ଆଣିଥିଲେ ମଧ୍ୟ ଉପସ୍ଥିତ ଅଧିକାରୀ ଚୁପ୍ କାହିଁକି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରଶାସନ ଓ ଠିକାଦାର ମଧ୍ୟରେ ବୁଝାମଣା ହୋଇ ପ୍ରବାସୀଙ୍କ ଖାଇବା ଅର୍ଥ ହଡ଼ପ କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।ବେଗୁନିଆପଡ଼ା ବ୍ଳକର ଅନେକ ସଂଘରୋଧ ଗୃହରେ ଅନ୍ତେବାସୀଙ୍କୁ ଉଚିତ୍ ମାନର ଖାଦ୍ୟ ପରିବେଷଣ କରାଯାଉଛି କିନ୍ତୁ କୋଦଳା ଏନଏସି ରୁ ବାରମ୍ବାର ଏଭଳି ଅଭିଯୋଗ ଆସୁଛି। କିଛି ଦିନ ତଳେ କୋଦଳାର କିଛି ସାମ୍ବାଦିକ ଏନେଇ ଖବର ସଂଗ୍ରହ କରୁଥିବା ବେଳେ ମଧ୍ୟ ସେମାନଙ୍କୁ ଧମକ ଦିଆଯାଇ ଓଲଟା ମିଥ୍ଯା ମାମଲାରେ ଛନ୍ଦିବା ପରି ଘଟଣା ସୃଷ୍ଟି ହୋଇଛି। ଗଂଜାମ ଜିଲ୍ଲାପାଳ ପ୍ରତ୍ଯକ୍ଷ ଭାବରେ ଏଥିରେ ହସ୍ତକ୍ଷେପ ନ କଲେ ସ୍ଥିତି ବିଗିଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।

Post a Comment