ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଅବସରଗ୍ରହଣ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ମଇ ୩୧ରେ ଅବସରଗ୍ରହଣ କରିଛନ୍ତି ।ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ଆଜି ତାଙ୍କର ସରକାରୀ କାର୍ଯ୍ୟକାଳ ଶେଷ ହୋଇଛି ।ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନିଜସ୍ବ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ତାଙ୍କର ଦୀର୍ଘ ଦିନର କାର୍ଯ୍ୟକୁ ନେଇ ପ୍ରଶସାଂ କରାଯାଇଥିଲା । ଶ୍ରୀ ପ୍ରଧାନ ଗଞ୍ଜାମ ଜିଲ୍ଲାକୁ ପ୍ରଥମେ ଗତ ୨୦୧୧ ମସିହାରୁ ୨୦୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ କିଛି ଦିନ ପାଇଁ ଗଜପତି ଜିଲ୍ଲାକୁ ବଦଳୀ ହେବା ପରେ ପୁନଃବାର ୨୦୧୮ ମସିହା ରୁ ବର୍ତମାନ ପର୍ଯ୍ୟନ୍ତ ନିଜର କାର୍ଯ୍ୟ ଜାରୀ ରଖିଥିଲେ । ମୁଖ୍ୟତଃ ଗତ ୦୭-୦୨-୧୯୮୬ ମସିହାରୁ ସରକାରୀ କାର୍ଯ୍ୟରେ ଯୋଗଦେଇ ୨୦୦୫ ମସିହା ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାରେ , ୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ କନ୍ଧମାଳ, ୨୦୧୦ ରୁ ୨୦୧୧ ପର୍ଯ୍ୟନ୍ତ ବୌଦ୍ଧ ଏବଂ ୨୦୧୬ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରି ଅନେକ ସୁନାମ ଅର୍ଜନ କରିଛନ୍ତି । ଅବସର ପରେ ମଧ୍ୟ ନୂତନ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ସେ କୋଭିଡ-୧୯ ପରିଚାଳନ୍ନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ବୋଲି କହିଛନ୍ତି ।ସେହିପରି ବ୍ରହ୍ମପର ସୂଚନା କେନ୍ଦ୍ର ଠାରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ପ୍ରଧାନ ଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଗୌରୀ ଶଙ୍କର ଶତପଥୀ , ଲୋକନାଥ ଶତପଥୀ , ରବିନ୍ଦ୍ର ରାଉତରାୟ , ତାରିଣୀ ସାହୁ ରବିନ୍ଦ୍ର ସାହୁ ଏବଂ ରାମ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Post a Comment