ବଦଳି ପରେ ମଧ୍ୟ କିଭଳି କୋଦଳାରେ କାର୍ଯ୍ୟକ୍ଷମ ଅଛନ୍ତି ଏନଏସିର ବିବାଦୀୟ କାର୍ଯ୍ଯ ନିର୍ବାହୀ ଅଧିକାରୀ!
କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ଦୁର୍ନୀତି ଅଭିଯୋଗ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶେଷରେ
ବିବାଦୀୟ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀଙ୍କୁ ହଟାଇ ସମ୍ବଲପୁର ରୁ ବଳୟ ଦେଉରୀଙ୍କୁ କୋଦଳା ଏନ୍.ଏ.ସି କୁ ବଦଳି କରାଯାଇଥିଲା ଏନେଇ ରାଜ୍ୟ ସରକାରଙ୍କ ହାଉସିଂ ଆଣ୍ଡ ଅର୍ବାନ ଡେଭେଲପମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ର ସଂଖ୍ୟା - ୯୩୯୪(୨୦/୦୫/୨୦୨୦) ରୁ ଏନେଇ ସୂଚନା ମିଳିଛି। କିନ୍ତୁ ଆଜିକୁ ୨୫ ଦିନ ପୁରିଯାଇଥିଲେ ମଧ୍ୟ ଏ ଯାଏଁ ଉକ୍ତ ଅଫିସର କୋଦଳା ଏନ୍.ଏ.ସି ଭାର ଛାଡି ଯାଇନାହାନ୍ତି। ଶୁଣିବାକୁ ମିଳୁଛି ଯେ, କିଛି ଲୋକଙ୍କ କହିବା ଅନୁଯାୟୀ ଉକ୍ତ ବାବୁଙ୍କର ରାଜନୀତିକ କ୍ଷେତ୍ରରେ ଲମ୍ବା ହାତ ଅଛି ଯଦ୍ୱାରା ସେ ଏଠାରୁ ନ ଯାଇ ତରବରିଆ ଭାବରେ ଅନେକ ଟେଣ୍ଡର ବାହାର କରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି। ତତ୍ ସହିତ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ବଦଳି ହୋଇଥିବା ସମସ୍ତ ଅଫିସର କାର୍ଯ୍ୟରେ ଯୋଗଦେଇଥିବା ବେଳେ କୋଦଳା ଏନ୍.ଏସି.ରେ କାହିଁକି ବ୍ୟତିକ୍ରମ ଘଟିଛି।
ପ୍ରକାଶ ଥାଉ କି ଯେ କିଛି ଦିନ ଧରି ଏହି ଅଫିସର ଜଣକ କୋଦଳା ଏନଏସିର ବିଭିନ୍ନ କାର୍ଯ୍ୟକୁ ନେଇ ବିବାଦ ଘେରକୁ ଆସିଥିଲେ। କୋଦଳାର କିଛି ଅସାଧୁ କର୍ମଚାରୀ ଓ ଦଲାଲଙ୍କୁ ନେଇ ମନମୁଖୀ ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଠିକାଦାର ପୋଷଣ ନୀତି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜାଣିଶୁଣି ଚୁପ୍ ରହୁଥିଲେ ସଂପୃକ୍ତ ଅଧିକାରୀ। ଏପରିକି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅବ୍ଯବସ୍ଥା ଅଭିଯୋଗ ସଂପର୍କୀତ ଖବର ପ୍ରକାଶ ପାଇଥିଲା। ଦୁଇଜଣ ସାମ୍ବାଦିକଙ୍କୁ ଧମକ ଦେଇ ମିଥ୍ଯା କେଶ୍ ରେ ଫଶାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଜନସାଧାରଣଙ୍କ ଠୁ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ କେଉଁ କାରଣ ଯୋଗୁଁ ସେ ଅଦ୍ୟାବଧି ଏଠାରେ ମନଇଚ୍ଛା ଟେଣ୍ଡର କାମ ଚଳାଇଛନ୍ତି?


Post a Comment