କୋଦଳା ଏନଏସି ଗ୍ରସ୍ତରେ ଜିଲ୍ଲାପାଳ,ନିର୍ବାହୀ ଅଧିକାରୀଙ୍କ ଉପରେ ଖପ୍ପା ହେଲେ
କୋଦଳା : ନଗର ଉନ୍ନୟନ ସଚିବ ଶ୍ରୀ ଜି. ମାଫି ଭାତାନାନ ଗତ ୮ ତାରିଖରେ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରିଥିଲେ । ସେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାଗା ମିଶନ ଓ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ସମ୍ପକରେ ସମୀକ୍ଷା କରିଥିଲେ। ମୁଖ୍ୟତଃ ସଚିବ ଜିଲ୍ଲାର ସହରାଞ୍ଚଳ ସ୍ୱଛତାକୁ ଗୁରୁତ୍ୱ ପ୍ରଦାନ, ଜିଲ୍ଲାରେ ପ୍ରତ୍ୟେକ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା କିପରି କାର୍ଯ୍ୟକାରୀ କରାଯାଇଛି ଏ ସମ୍ପର୍କରେ ସମସ୍ତ ଏନଏସି ନିର୍ବାହୀ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ l ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର କୋଦଳା ଗ୍ରସ୍ତରେ ଆସି ଏନଏସି ର କାର୍ଯ୍ୟକାରୀ ହେଉଥିବା ବର୍ଜ୍ୟ ବସ୍ତୁ ପ୍ଲାଣ୍ଟ କାର୍ଯ୍ୟର ତଦାରଖ କରିଥିଲେ। କୋଦଳା ସହରରେ ଶୁଖିଲା ଏବଂ ଓଦା ବର୍ଜ୍ୟ ବା ଅଦରକାରୀ ବସ୍ତୁକୁ କିପରି ଉତ୍ତମ ପରିଚାଳନା କରି ବ୍ୟବହାରର୍ଯ୍ୟ ଜିନିଷ କରିହେବ ତାହା ବୁଲି ଦେଖିଥିଲେ । ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଗଣ ଆଶା ପ୍ରକଟ କରିଥିଲେ ଯେ, ଏନଏସିର ବିଭିନ୍ନ ଦୁର୍ନୀତି ମୂଳକ ଖବର ବାରମ୍ବାର ପ୍ରସାରଣ ହେଉଥିବା ନେଇ ସେ ଉପରେ ତଦନ୍ତ କରିବାକୁ ଜିଲ୍ଲାପାଳ ଆସିଛନ୍ତି ବୋଲି ଜନସାଧାରଣ ଭାବିଥିଲେ ।ଏନଏସି ପକ୍ଷରୁ ନିର୍ମାଣାଧୀନ ଥିବା ଏମସିସି ଓ ଏମଆରଏସ ପ୍ରକଳ୍ପର ଅସମ୍ପୂର୍ଣ ଥିବା ଦେଖିବା ସହ ନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ କୁମାର ଚୌଧୁରୀଙ୍କ ଉପରେ ଅସନ୍ତୁଷ୍ଟ ପ୍ରକାଶ କରି ଶୀଘ୍ର କାର୍ଯ୍ୟ ସାରିବା ନିମନ୍ତେ ତାଗିତ କରିଥିବା ବେଳେ ଦୋକାନ ବଜାର ଜନ ଗହଳି ଭିଡ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ସଚେତନତା କରିବାକୁ କହିଥିଲେ l ପ୍ରକାଶ ଥାଉକି, ସ୍ଥାନୀୟ ଏନଏସିରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅନିୟମିତତା ଓ ଟେଣ୍ଡର ପ୍ରକିୟାର ସ୍ୱଛତା ନଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରସାରଣ ହୋଇଛି l ପୁଣି କେଉଁଦିନ ଜିଲ୍ଲାପାଳ କୋଦଳାରେ ହେଉଥିବା ଟେଣ୍ଡର ଫିକ୍ସିଂ ଓ ଅନିୟମିତତା କାର୍ଯ୍ୟ ଉପରେ ତଦନ୍ତ କରିବେ ବୋଲି ଜନ ସାଧାରଣ ଚାହିଁ ରହିଛନ୍ତି l ଏବଂ ଏନଏସିର ବିଭିନ୍ନ ଦୁର୍ନୀତି ମୂଳକ ବିରୋଧରେ ଅଭିଯୋଗ ହେଉଥିଲେ ମଧ୍ୟ କାହିଁକି ନିର୍ବାହୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହା ସହରର ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଛି ।

Post a Comment