କାଳ ବୈଶାଖୀ ପ୍ରବାହରେ ଘର ଉପରେ ପଡିଲା ଗଛ:ଅଳ୍ପକେ ବଞ୍ଚିଲେ ଦମ୍ପତି
ବାଲିଗୁଡା,(ଷ୍ଟାର ଓଡିଶା)କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ବନେଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି, ଗୁରୁବାର ରାତିରେ କାଳବୈଶାଖୀ ର ତାଣ୍ଡବରେ ବନେଗାଁ ନିବାସୀ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ଉପରେ ଏକ ବଡଗଛ ଉପୁଡି ଭାଙ୍ଗିଯିବା ଫଳରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି l କୃଷ୍ଣଙ୍କ ସ୍ତ୍ରୀ ଗୁଣ୍ଡୁରୀ ପ୍ରଧାନଙ୍କ ମୁଣ୍ଡରେ ଆଘାତ ଲାଗି ଆହତ ହୋଇଥିବା ଜଣାପଡିଛି l ପ୍ରକାଶଯେ, ଗୁରୁବାର ରାତିରେ ବୃଦ୍ଧା ଦମ୍ପତି ଖାଇ ପିଇ ଶୋଇପଡିଥିଲେ l ହଠାତ ଝଡ଼ ତୋଫାନ ଆସିବାରୁ ବଡ଼ ଗଛଟି କୃଷ୍ଣଙ୍କ ଘର ଉପରେ ପଡିଥିଲା l ଘଟଣl ସ୍ଥଳରୁ ବୃଦ୍ଧଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ଦମକଳ ବାହିନୀ ଆସି ଘରୁ ଗଛ ବାହାର କରିଥିଲେ l ଏନେଇ କୃଷ୍ଣ କ୍ଷତି ପୂରଣ ପାଇଁ କ.ନୂଆଗାଁ ତହସିଲଦାର ଙ୍କୁ ଏକ ଦାବୀପତ୍ର ଦେଇଛନ୍ତିl ରାଜସ୍ବ ବିଭାଗ ଅତିଶୀଘ୍ର କ୍ଷୟ କ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି l

Post a Comment