ପୋଲିସ ଏ.ଏସ.ଆଇ ରବିନ୍ଦ୍ରନାଥ ବେହେରାଙ୍କ ମୃତ୍ୟ, ଶବ ଉଠାଇବାକୁ କେହି ନାହାନ୍ତି


ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ପରଲୋକ ହୋଇଯାଇଛି ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ସେ ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟ କରିଛନ୍ତି ଓ ବେଗୁନିଆପଡାରେ ରହି ଆସୁଥିଲେ। ତାଙ୍କର କାର୍ଯ୍ୟକାଳ ଭିତରେ  ଅଂଚଳରେ ଲୋକମାନଙ୍କ ସୁଖ ଦୁଃଖର ସାଥି ହୋଇ ସୁରକ୍ଷା ଦେଇ ଆସୁଥିଲେ ।  ୪ ଦିନ ହେଲା ସେ କାଶ ଓ ଥଣ୍ଡାରେ ପୀଡିତ ଥିଲେ ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଥିଲେ। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ମୃତ୍ୟ ବରଣ କରିଛନ୍ତି। କିନ୍ତୁ କରୋନା ସନ୍ଦେହରେ ତାଙ୍କ ଶବକୁ କେହିକି ବି ଛୁଇଁନଥିବା ବେଳେ ସଂସ୍କାର ମଧ୍ୟ କରାଯାଇନାହିଁ। ଏପରିକି ତାଙ୍କ ନିକଟରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଶବକୁ ଛୁଉଁନାହାନ୍ତି। ଏ ସମ୍ପର୍କରେ ସକାଳୁ ଖବର ପାଇ ବରିଷ୍ଠ ସାମ୍ବାଦିକ ଭଗବାନ ପାଢ଼ୀ ସେଠାରେ ପହଁଚି ଅତିରିକ୍ତ ତହସିଲଦାରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ।କୋଦଳା ମେଡିକାଲ ଠାରେ ତାଙ୍କ ଶବ ପଡିଥିବା ବେଳେ ଏ ଯାଏଁ ସେଠାରେ ଅନ୍ୟ କୌଣସି ପଦାଧିକାରୀ ମାନେ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ହୋଇନାହାନ୍ତି,ଏଣୁ ଏହା ଉପରେ ଦୃଷ୍ଟି ଦେବାକୁ ଶ୍ରୀ ପାଢ଼ୀ ମତ ପ୍ରକାଶ କରିଛନ୍ତି।

0/Post a Comment/Comments