ଏଏସଆଇଙ୍କ ଶବ ଉଠାଇ ପ୍ରଂଶସାରେ ସାମ୍ବାଦିକ, ଯାହା ହେବାକୁ ଥିବ କେହି ରଖିପାରିବେ ନାହିଁ - ଭଗବାନ ପାଢ଼ୀ


କୋଦଳା: ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିବା ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ କରୋନାରେ ମୃତ୍ୟପରେ ଦୁଇ ସାମ୍ବାଦିକ,ସ୍ଥାନୀୟ ଜଣେ ଲୋକ ଓ ହୋମଗାର୍ଡ ପିପିଇ କିଟ ପିନ୍ଧି ତାଙ୍କ ମର ଶରୀରକୁ କାନ୍ଧ ଦେବା ପରେ ସବୁ ମହଲରୁ ପ୍ରଶଂସା ର ସୁଅ ଛୁଟିଛି। ପ୍ରକାଶ ଥାଉ କି ଯେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏଭଳି ସ୍ଥଳେ କୌଣସି ପଦାଧିକାରୀ ଓ  ପ୍ରଶାସନିକ ଅଧିକାରୀ ତାଙ୍କ ଶବକୁ ନ ଛୁଇଁବା ଫଳରେ କୋଦଳାର ସାମ୍ବାଦିକ ଭଗବାନ ପାଢ଼ୀ, ସନ୍ତୋଷ କୁମାର ସେଠୀ ଓ ତାଙ୍କ ଗ୍ରାମର ଜଣେ ଯୁବକ ଗୁରା ଖାନ ଓ ହୋମଗାର୍ଡ ରଶ୍ମିରଞ୍ଜନ ଶେଷରେ ତାଙ୍କ ମୃତ ଦେହକୁ କାନ୍ଧ ଦେଇଥିଲେ। ସେଠାରେ ଗଞ୍ଜାମ ଏସପି ବ୍ରିଜେଶ ରାୟ ମଧ୍ୟ ପହଞ୍ଚି ଥିଲେ। ସେମାନେ ବର୍ତ୍ତମାନ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଯେଉଁ ସାମ୍ବାଦିକମାନେ ଖବର ସଂଗ୍ରହ ଯେ କରନ୍ତି ସେମାନେ ଅନ୍ୟ ର ସୁଖ ଦୁଃଖ ରେ ମଧ୍ୟ ସାହାଯ୍ୟ କରନ୍ତି ବୋଲି ସାମ୍ବାଦିକ ଶ୍ରୀ ପାଢ଼ୀ କହିଛନ୍ତି। କିନ୍ତୁ ସରକାର ଏଯାଏଁ ତାଙ୍କ ପାଇଁ କିଛି ବି ଯୋଜନା କରୁନାହାନ୍ତି କି ସାମ୍ବାଦିକ ସୁରକ୍ଷା ଆଇନ ଆଣୁନାହାନ୍ତି।ସେମାନେ ସମସ୍ତଙ୍କ ଆଗରେ ଉଦାହରଣ ସୃଷ୍ଟି କରିଛନ୍ତି। ବିଭିନ୍ନ ଅନୁଷ୍ଠାନ, ଯୁବକ ସଂଘ, ରାଜନୌତିକ ପ୍ରତିନିଧି, ସରକାରୀ କର୍ମଚାରୀ ଓ କୋଦଳାର ଶ୍ରବଣ ସେବା ଅନୁଷ୍ଠାନର ସମସ୍ତ ସ୍ବେଛାସେବୀମାନେ ମଧ୍ୟ ସୋସିଆଲ ମିଡ଼ିଆରେ ଦୁଇ ସାମ୍ବାଦିକଙ୍କୁ ପ୍ରଂଶସା ଓ ସାଧୁବାଦ ଜଣାଇଛନ୍ତି ।

0/Post a Comment/Comments