ଦୁଇ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ପ୍ରଦାନ



କୋଦଳା - ଗଞ୍ଜାମ ଜିଲ୍ଲା କୋଦଳା ସାମ୍ବାଦିକ ସଂଘର ସଭାପତି ଭଗବାନ ପାଢ଼ୀ ଓ ସାମ୍ବାଦିକ ସନ୍ତୋଷ କୁମାର ସେଠୀଙ୍କୁ  ମାନବାଧିକାର ସଂଗଠନ ପକ୍ଷରୁ ଜାତୀୟ ସଭାପତି ଡ.ଗୋପାଲ କ୍ରିଷ୍ଣା ମିଶ୍ରଙ୍କ ତତ୍ୱାବଧାନରେ ଓଡିଶା ସଭାପତି ଦେବାଶିଷ ମହାରଣାଙ୍କ ନେତୃତ୍ୱରେ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଜିଛି l ସଂଗଠନର ସଦସ୍ୟମାନେ କୋଦଳା ଠାରେ ପହଞ୍ଚି ସ୍ଥାନୀୟ ତହସିଲ ପଡିଆ ଠାରେ ସମ୍ବର୍ଦ୍ଧନା କରିବା ସହ ସମ୍ମାନିତ କରିଥିଲେ ଏବଂ ସଂଗଠନର ଅନ୍ୟମାନେ ଫୋନ ଯୋଗେ ଧନ୍ୟବାଦ ଜଣାଇଥିଲେ l ଏହି କରୋନା ସମୟରେ ମଣିଷଙ୍କ ମଧ୍ୟରେ ଭୟ ଉପୁଜିଥିବା ବେଳେ ସାମ୍ବାଦିକ ଦ୍ବୟ ଖାତିର ନ କରି  କରୋନା ରୋଗରେ ମୃତ ପୋଲିସ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ମର ଶରୀରକୁ କଫିନରେ ରଖିବା ସହ କାନ୍ଧଦେଇ ମଣିଷ ପଣିଆ ଦେଖାଇଥିଲେ ବୋଲି ସଭାପତି ଦେବାଶିଷ ମହାରଣା କହିଛନ୍ତି l ତେଣୁ ସାମ୍ବାଦିକମାନେ କରୋନା ଯୋଦ୍ଧାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି ଶବକୁ କାନ୍ଧ ଦେଇ ଓଡ଼ିଶାରେ ଚର୍ଚ୍ଚାକୁ ଆସିଛନ୍ତି l


0/Post a Comment/Comments