ଶେଷରେ ଦୁଇ ସାମ୍ବାଦିକଙ୍କ ଦ୍ୱାରା ଉଠିଲା ଏ.ଏସ.ଆଇ ରବିନ୍ଦ୍ରନାଥ ବେହେରାଙ୍କ ମର ଶରୀର


କୋଦଳା(Star Odisha): ଏବେବି ବଞ୍ଚିଛି ମଣିଷ ପଣିଆ ଏହାର ନମୁନା ଦେଖିବାକୁ ମିଳିଛି କୋଦଳା ମେଡିକାଲ ଠାରେ।   ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ କରୋନାରେ ମୃତ୍ୟପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏଭଳି ସ୍ଥଳେ କୌଣସି ପଦାଧିକାରୀ ଓ  ପ୍ରଶାସନିକ ଅଧିକାରୀ ତାଙ୍କ ଶବକୁ ନ ଛୁଇଁବା ଫଳରେ କୋଦଳାର ସାମ୍ବାଦିକ ଭଗବାନ ପାଢ଼ୀ, ସନ୍ତୋଷ କୁମାର ସେଠୀ ଓ ତାଙ୍କ ଗ୍ରାମର ଜଣେ ଯୁବକ ଗୁରା ଖାନ ଶେଷରେ ତାଙ୍କ ମୃତ ଦେହକୁ କାନ୍ଧ ଦେଇଥିଲେ। ସେଠାରେ ଗଞ୍ଜାମ ଏସପି ବ୍ରିଜେଶ ରାୟ ମଧ୍ୟ ପହଞ୍ଚି କହିଛନ୍ତି ଯେ କୋଭିଡ଼ି ଯୋଦ୍ଧାଙ୍କୁ ଏପରି ଭାବେ ପକାଇ ରଖିବା ସମସ୍ତଙ୍କ ପାଇଁ ଅଭାବନୀୟ କଥା ଅଟେ।ଏଥିସହ ସେଠାରେ ଅତିରିକ୍ତ ଏସପି, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ,ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନ,କୋଦଳା ତହସିଲଦାର ପ୍ରଭାତ ପରିଡା ଓ ଆଇଆଇସି ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ। ସାମ୍ବାଦିକମାନେ ଯେ କେବଳ ଖବର ସଂଗ୍ରହ ଯେ କରନ୍ତି ତାହା ନୁହେଁ ସେମାନେ ଦରକାର ସମୟରେ ସାହାଯ୍ୟ ମଧ୍ୟ କରିଥାନ୍ତି।କିନ୍ତୁ ସରକାର ଏଯାଏଁ ତାଙ୍କ ପାଇଁ କିଛି ବି ଯୋଜନା କରୁନାହାନ୍ତି କି ସାମ୍ବାଦିକ ସୁରକ୍ଷା ଆଇନ ଆଣୁନାହାନ୍ତି।

ପ୍ରକାଶ ଥାଉ କି ଯେ ସେ ପୂର୍ବରୁ କୋଦଳା ଥାନାରେ କାର୍ଯ୍ୟ କରିଛନ୍ତି ଓ ବେଗୁନିଆପଡାରେ ରହି ଆସୁଥିଲେ। ତାଙ୍କର କାର୍ଯ୍ୟକାଳ ଭିତରେ  ଅଂଚଳରେ ଲୋକମାନଙ୍କ ସୁଖ ଦୁଃଖର ସାଥି ହୋଇ ସୁରକ୍ଷା ଦେଇ ଆସୁଥିଲେ ।  ୪ ଦିନ ହେଲା ସେ କାଶ ଓ ଥଣ୍ଡାରେ ପୀଡିତ ଥିଲେ ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଥିଲେ। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ମୃତ୍ୟ ବରଣ କରିଥିଲେ।କରୋନା ପାଇଁ ତାଙ୍କ ଶବକୁ କେହି ବି ଛୁଇଁନଥିବା ବେଳେ ଖୋଦ ନିକଟରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଶବକୁ ଛୁଇଁ ନଥିଲେ।

ରିପୋର୍ଟ- ଗୁଲସନ୍ କୁମାର କର

0/Post a Comment/Comments