କୋଦଳା :- ଚଳିତ ବର୍ଷ ଶ୍ରାବଣ ମାସରେ ପ୍ରତ୍ୟେକ ଶିବ ମନ୍ଦିର ଗୁଡିକରେ ବୋଲବମ, ହରହର ବମ ପ୍ରତି ଧ୍ଵନିରେ ପ୍ରକମ୍ପିତ ହେବା ପରିବର୍ତ୍ତେ ଶିବ ନାମ ଉଚ୍ଚାରଣ ମଉଳି ଯାଇଛି l କିନ୍ତୁ ସେ ସବୁ କରୋନା ମାଡ଼ରେ ଫିକା ପଡିଯାଇଛି ବୋଲି ବୋଲବମ ଭକ୍ତ ମାନେ କହିଛନ୍ତି l ମାନସିକ ଧାରୀ ବୋଲବମ ଭକ୍ତମାନେ ଜଳାଭିଷେକ ଲାଗି ପ୍ରତ୍ୟେକ ଶିବ ମନ୍ଦିର ଗୁଡିକରେ ଜଳାଭିଷେକ କରିଥାନ୍ତି l କିନ୍ତୁ କୋଦଳା ସହରର ହଜାର ହଜାର ଶିବ ଭକ୍ତଙ୍କ ଆଶା ମଉଳି ଯାଇଥିବା ବେଳେ ପୁଣି ଆସନ୍ତା ବର୍ଷକୁ ଚାହିଁ ରହିଛନ୍ତି l ଭକ୍ତମାନେ ବିଭିନ୍ନ ଶିବ ମନ୍ଦିରକୁ ପାଦରେ ଚାଲି ଚାଲି ଜଳାଭିଷେକ କରିବା ସହ ମାନସିକ ପୂରଣ କରିଥାନ୍ତି l ଚଳିତ ବର୍ଷ ଏ ସବୁ ଦେଖିବାକୁ ମିଳି ନାହିଁ l କାନ୍ଧରେ କଳସ ଭାର ଥିବା ଭକ୍ତଙ୍କ ଆଶା ଶୂନ୍ୟ ହୋଇ ପଡିଛି l ମାନସିକ ଧାରୀମାନେ ବୋଲବମ ନଯାଇ ଘରେ ରହି ବ୍ରତ ଉପବାସ ପାଳନ କରିଥିବା ଜଣାପଡିଛି l ବର୍ଷର ଶ୍ରାବଣ ମାସର ପଞ୍ଚମ ସୋମବାର ପଡ଼ିଥିବା ବେଳେ ଭକ୍ତ ମାନେ ଶିବ ଭଗବାନଙ୍କ ନାମ ଉଚ୍ଚାରଣ କରି ନିଜ ନିଜର ବ୍ରତକୁ ସମ୍ପର୍ଣ୍ଣ କରାଇ ନେଇଛନ୍ତି l କରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ପର୍ବ, ପର୍ବାଣି କଟକଣା ଲାଗୁ ରହିଛି l ଏ ଦିଗରେ ଶ୍ରାବଣ ମାସ ଶେଷ ହୋଇଥିବା ବେଳେ ଶିବ ମନ୍ଦିରରେ ଭକ୍ତଙ୍କ ଦର୍ଶନ ମିଳିପାରିନାହିଁ l

Post a Comment